www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁ ପଟ୍ଟନାୟକଙ୍କ ସହିତ ଥିଲା ପ୍ରଦୀପଙ୍କ ପରିବାରର ସମ୍ପର୍କ

ଲକ୍ଷ୍ମୀପୁର : କିଛି ମାସ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସରେ ଲାଗି ରହିଥିବା ଅନ୍ତଃ କନ୍ଦଳ ବାଦାନୁବାଦର ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି। ଶେଷରେ ରାଜ୍ୟ କଂଗ୍ରେସର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଜାତୀୟ ଅନ୍ତଃରଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଆଜି ପଠାଇ ଦେଇଛନ୍ତି ।
ପ୍ରଦୀପଙ୍କ ବାପା ଭଗବାନ ମାଝୀ ପୂର୍ବରୁ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜନତା ଦଳରେ ଥିଲେ। ଏପରିକି ସେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ସମୟରେ ତାଙ୍କୁ  ନବରଙ୍ଗପୁରୁ ନେଇ ରାଜ୍ୟ ସଭାକୁ ପଠାଇ ଥିଲେ। ସେ ୧୯୯୪ ମସିହାରୁ ୨୦୦୦ ମସିହା ପର୍ୟ୍ୟନ୍ତ ବିଜୁ ଜନତା ଦଳର ଓଡିଶା ପାଇଁ ରାଜ୍ୟ ସଭା ସଦସ୍ୟ ଥିଲେ। ସେହିପରି ପ୍ରଦୀପ କଂଗ୍ରେସରେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରୁ ରାଜନୈତିକ ଜୀବନ ଆରମ୍ଭ କରି ୨୦୦୯ ରୁ ୨୦୧୪ ପର୍ୟ୍ୟନ୍ତ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ସାଂସଦ ଥିବା ବେଳେ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳର ବଳଭଦ୍ର ମାଝୀଙ୍କ ଠାରୁ ପରାଜିତ ହୋଇଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories