www.samajalive.in
Sunday, December 14, 2025
26.1 C
Bhubaneswar

ଚନ୍ଦ୍ର ଓ ମଙ୍ଗଳରେ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରସ୍ତୁତ ଜୁଲିଆ

କ୍ରେମ୍‌ଲିନ୍‌: ମହାକାଶରେ ବିଶ୍ବର ପ୍ରଥମ ଚଳଚ୍ଚିତ୍ର ସୁଟିଂ ଶେଷ କରି ରୁଷିଆର ପ୍ରସିଦ୍ଧ ଅଭିନେତ୍ରୀ ଜୁଲିଆ ପେରରେସିଲ୍ଡ ରବିବାର ପୃଥିବୀ ପୃଷ୍ଠକୁ ଫେରିବା ପରେ ବୁଧବାର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଆଗକୁ ସେ ଚନ୍ଦ୍ର ଓ ମଙ୍ଗଳରେ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଦାମ୍ଭିକତା ଦେଖାଇଛନ୍ତି। ସୁଟିଂ ପାଇଁ ବାହାରିବାବେଳେ ପ୍ରଥମ ଦୁଇ ସେକେଣ୍ଡ ଆତଙ୍କିତ ହୋଇପଡ଼ିଥିଲେ; ପରେ ଖୁବ୍‌ ଖୁସି ହୋଇଯାଇଥିଲେ। ମହାକାଶରେ ପ୍ରତିଟି ମୁହୂର୍ତ୍ତ ବିସ୍ମୟକର ବୋଲି ଜୁଲିଆ କହିଛନ୍ତି। ତାଙ୍କ ସହିତ ସ୍ବର ମିଳାଇ ‘ଚଳଚ୍ଚିତ୍ର କାହିଁକି ଷ୍ଟୁଡିଓରେ ସୁଟିଂ ହେବ ? ମହାକାଶ ସୁଟିଂକୁ କାହିଁକି ଦର୍ଶକ ଉପଭୋଗ କରିବେ ନାହିଁ’ ବୋଲି ସିପେଙ୍କୋ ପ୍ରଶ୍ନ କରିଛନ୍ତି।

ସହ-ଅଭିନେତା କ୍ଲିମ୍‌ ସିପେଙ୍କୋ ଓ ଅନ୍ୟମାନଙ୍କ ସହ ସେ ପ୍ରାୟ ୩୦ ଘଣ୍ଟା ମହାକାଶରେ ସୁଟଂି କରିଥିଲେ। ଏହି ସମୟରେ ସେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବସ୍ଥାନ କରିବା ସହ ‘ଦି ଚାଲେଞ୍ଜ’ ଚଳଚ୍ଚିତ୍ରର ସୁଟିଂ କରିଥିଲେ। ସେମାନେ ମୋଟ୍‌ ଉପରେ ୧୨ ଦିନ ମହାକାଶରେ ବିତାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories