www.samajalive.in
Monday, December 8, 2025
24.1 C
Bhubaneswar

ମରଣଯନ୍ତା ପାଲଟିଛି ସିକୋ -ନିଧିପୁର ରାସ୍ତା  ; ଯାତାୟାତରେ ବାଧା ସୃଷ୍ଟି 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ପଞ୍ଚାୟତର ବେଲପଡା ମୌଜା ଏବଂ ହଜ ପଞ୍ଚାୟତର ନିଧିପୁର ମୌଜାରେ ଥିବା ସିକୋ-ନିଧିପୂର ରାସ୍ତାଟି ମରଣଯନ୍ତା ପାଲଟିଛି । ଦୈନନ୍ଦିନ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଉକ୍ତ ରାସ୍ତାଟିର ଦୈର୍ଘ୍ୟ ୩ କିମି ହୋଇଥିବାବେଳେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ପର୍ୟ୍ୟନ୍ତ କେହି ଏହି ରାସ୍ତା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।  ଉକ୍ତ ରାସ୍ତାଟି ସରକାରୀ ଭାବେ କୌଣସି ବିଭାଗ ଅଧୀନରେ ନଥିବା ବେଳେ ସିକୋ ଗ୍ରାମର ପୂର୍ବତନ ସରପଞ୍ଚଙ୍କ ସମୟରେ ଗତ ୧୦ ବର୍ଷ ତଳେ ଭୁବନେଶ୍ୱର ଲୋକସଭା ସାଂସଦଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଏହି ରାସ୍ତାରେ ବିନିଯୋଗ କରାଯାଇ ମୋରମ ବିଛାଯାଇଥିଲା ।
ଉକ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ସରକାରୀ ଜାଗା ଥିବା ଯୋଗୁଁ ରାସ୍ତାଟି ସମ୍ପ୍ରସାରିତ କରାଯାଇଥିଲା । ତାପରଠାରୁ ଉକ୍ତ ରାସ୍ତାରେ ମାଟି ମଧ୍ୟ ପଡ଼ିନାହିଁ । ଏହି ୩କିମି ରାସ୍ତାଟି ଆଗରୁ ଶଗଡ଼ଗୁଳା ରାସ୍ତା ଥିବାବେଳେ କଣ୍ଟା ଲଟାରେ ଭର୍ତ୍ତି ଥିଲା ।ସିକୋରୁ ହଜ ଦେଇ ନିଧିପୁର ନଚେତ ସିକୋରୁ ବୋତଳମା ଦେଇ ନିଧିପୁର ଗଲେ ୯ କିମି ବୁଲି ବୁଲି ଯିବାକୁ ପଡୁଥିଲା । ଏହି ରାସ୍ତା କଡରେ ସିକୋ ,କଲରାଝର ,ହୀରାପୁର ,ନିଧିପୁର ଏବଂ ନାରଗୋଦା ଗ୍ରାମର ଚାଷୀମାନଙ୍କର ଚାଷଜମି ସହିତ ବଗିଚା ମଧ୍ୟ ରହିଛି ।ରାସ୍ତାରେ ଦୈନିକ ଦୁଇଚକିଆ ଯାନଠାରୁ ଆରମ୍ଭ କରି ଭାରିଯାନ ମଧ୍ୟ ଯିବାଆସିବା କରିଥାଏ। ସମ୍ପୃକ୍ତ ରାସ୍ତା ଦେଇ ଲୋକମାନେ ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ପାଇଁ ରାସ୍ତାର ଦୂରତା କମ ରହୁଥିବାରୁ ଲୋକମାନେ ଏହି ରାସ୍ତାରେ ଯାତାୟାତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ରାସ୍ତାସାରା ଖାଲଢ଼ିପ ଏବଂ ପାଣି ଜମି ରହି କାଦୁଅ ପଚ ପଚ ହୋଇଥିବା ଯୋଗୁଁ ଲୋକମାନେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପ୍ରତେକ ବର୍ଷ ଦଶହରାରେ ମା ଜାଗେଶ୍ୱରୀ ତାଙ୍କ କାଳେସି ଉପରେ ଶବାର ହୋଇ ନିଧିପୁରସ୍ଥିତ ପୁରୁଣା ଗାଦିରୁ ସପ୍ତମୀ ଦିନ ପଟୁଆର ଧରି ସିକୋ ଆସି ଗ୍ରାମ ପରିକ୍ରମା କରି ଦଶହରା ଦିନ ପୁନଶ୍ଚ ତାଙ୍କର ପୁରୁଣା ଗାଦିକୁ ଫେରି ଯାଇଥାନ୍ତି ।ତାଙ୍କ ପଟୁଆରରେ ଗ୍ରାମର ପ୍ରାୟ ୫୦୦ରୁ ଉର୍ଧ୍ଵ ବ୍ୟକ୍ତି ସାମିଲ ହୋଇ ଏହି ରାସ୍ତା ଦେଇ ସିକୋ ଆସିଥାନ୍ତି ।କିନ୍ତୁ ରାସ୍ତା ଦୁରାବସ୍ଥା ଯୋଗୁଁ ଲୋକମାନେ ଏହି ରାସ୍ତାରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି।ଏହି ରାସ୍ତାଦେଇ ବିଭିନ୍ନ ସ୍ଥାନକୁ ଯିବା ପାଇଁ ରାସ୍ତାର ଦୂରତା କମ ରହୁଥିବାରୁ ଲୋକମାନେ ସବୁ ସମୟରେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି।ତେଣୁ ପ୍ରଶାସନ ତୁରନ୍ତ ଏହି ରାସ୍ତାଟିକୁ ନିଜ ନିୟନ୍ତ୍ରଣକୁ ନେଇ ରାସ୍ତା ନିର୍ମାଣ କାର୍ୟ୍ୟ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories