www.samajalive.in
Saturday, December 13, 2025
17.1 C
Bhubaneswar

ଓଡିଶା-ଆନ୍ଧ୍ର ସୀମାରେ ସଡକ ଦୁର୍ଘଟଣା : ଆଠଗଡର ଦୁଇ ଯୁବକ ମୃତ

ଆଠଗଡ : ଓଡିଶା-ଆନ୍ଧ୍ର ସୀମାରେ ୧୬ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ ସଡକ ଦୁର୍ଘଟଣାରେ ଟ୍ରକର ଚାଳକ ଓ ଖଲାସି ଭାବେ କାର୍ଯ୍ୟ କରୁଥିବା ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମର ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଏକ ୧୨ଚକିଆ ଟ୍ରକ ଚଳାଉଥିବା ରାଜନଗର ଗ୍ରାମର ମୂରଲୀଧର ଦାସଙ୍କ ପୁଅ ଜ୍ଞାନରଞ୍ଜନ (ମିଥୁନ) ଓ ଖଲାସି ତଥା ସୁକୁଟା ଦାସଙ୍କ ପୁଅ ସଚିନ (ବଣ୍ଟି) ଆନ୍ଧ୍ରପ୍ରଦେଶରୁ ସୋୟାବିନ ବୋଝେଇ ଟ୍ରକ୍‍ ନେଇ ଫେରୁଥିବାବେଳେ ଓଡିଶା-ଆନ୍ଧ୍ର ସୀମାର ଗିରିସୋଲା ତନଖି ପାଟକ ଠାରୁ ୪-୫କିମି ଦୂରତା ମଧ୍ୟରେ ସେମାନଙ୍କ ଟ୍ରକ୍‍ ଟି ଅଚଳ ହୋଇଯାଇଥିଲା। ଉଭୟ ଚାଳକ ଜ୍ଞାନରଞ୍ଜନ ଓ ଖଲାସୀ ସଚିନ୍‍ ରାସ୍ତାକଡରେ ଥିବା ଟ୍ରକ୍‍ ତଳେ ପଶି ମରାମତି କରୁଥିବାବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ବଡ କଣ୍ଟେନର ବୋଝେଇ ଟ୍ରକ୍‍  ସେମାନଙ୍କ ଟ୍ରକଟିକୁ ଧକ୍କା ଦେଇଥିଲା। ଏଥିରେ ଅଚଳ ଟ୍ରକ୍‍ର ଚକା ଚଢି ଯିବାରୁ ଘଟଣାସ୍ଥଳରେ ଉଭୟ ଯୁବକ ପ୍ରାଣ ହରାଇଥିଲେ।

ଏହି ଖବର ପ୍ରଚାରିତ ହେବା ମାତ୍ରେ ରାଜନଗର ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା। ମୃତ ଦେହ ବ୍ୟବଚ୍ଛେଦ ପରେ ଶନିବାର ଗ୍ରାମରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ ରାଜନଗରର ମା ବାଉତୀ କ୍ଲବ ପକ୍ଷରୁ ସେମାନଙ୍କ ମୃତ ଦେହକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ରାଜନଗର ସରପଞ୍ଚ ମହେନ୍ଦ୍ର ପରିଡା, ସମିତି ସଭ୍ୟ ବିଭିନ୍ଦ୍ର ରଣାଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ବିଜେଡି ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଏବଂ ବହୁ ଦଳୀୟ ନେତା ଏହି ଶବ ଶୋଭାଯାତ୍ରାରେ ଯୋଗଦେବା ସହ ଉଭୟ ଯୁବକଙ୍କ ପାଇଁ ଆୟୋଜିତ ଶୋକ ସଭାରେ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories