ହରଭଙ୍ଗା : ସୁସାହିତ୍ୟିକ, ଲବ୍ଧ ପ୍ରତିଷ୍ଠିତ ଲେଖକ, ଶିକ୍ଷାବିତ ତଥା ଭୁବନେଶ୍ବର କ୍ରିପ୍ଟନ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଡ଼କ୍ଟର ରାଜୀବ କୁମାର ପଣ୍ଡା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତର ଧୁଙ୍ଗିଆମୁଣ୍ଡା ମୁଣ୍ଡା ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ନିକଟସ୍ଥ ଘୁମୁକୁଡି ଡ୍ୟାମ ପରିଦର୍ଶନ କରି ଗ୍ରାମର ପ୍ରାକୃତିକ ଶୋଭରାଜିକୁ ଉପଭୋଗ କରିଥିଲେ। ଏହାପରେ ଧୁଙ୍ଗିଆମୁଣ୍ଡା ଓ ବଡଗୁଣ୍ଡୁରୀସାହି ଗ୍ରାମର ମିଳିତ ଆନୁକୂଲ୍ୟରେ ସଭାପତି ରମେଶ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଯୋଗ ଦେଇ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ତତ ସହିତ ଗ୍ରାମର କିଭଳି ଭାବରେ ଅର୍ଥନୈତିକ ପ୍ରଗତି ହେଇପାରିବ ତାହା ଆଲୋଚନା କରିବା ସଙ୍ଗେ ସଙ୍ଗେ ଗ୍ରାମର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି କିଭଳି ଭାବେ ତ୍ୱରାନ୍ୱିତ କରାଯିବ ଓ କିଭଳି ନିଯୁକ୍ତି ସୃଷ୍ଟି ହେଇପାରିବ ସେନେଇ ସମୀକ୍ଷା କରିଥିଲେ। ସରକାରୀ ନିର୍ଦେଶବଳୀ ଅନୁସାରେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ ତାଙ୍କର ନିଜର ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରି ସେମାନଙ୍କୁ ରୋଜଗାରକ୍ଷମ କରାଇବା ସହ ସ୍ୱାବଲମ୍ବୀ କରିବା ନିମନ୍ତେ ଆଲୋଚନାକରିଥିଲେ । ଏହି ବୈଠକରେ ଗ୍ରାମର ବହୁ ଜନସାଧରଣ ଯୋଗ ଦେଇଥିଲେ। ଜାତୀୟ ଯୁବ ସମାଜ ସେବୀ ସୁଧିର ଦୀପ ସଭା ପରିଚାଳନା କରିଥିବା ବେଳେ ଗ୍ରାମର ଅବସର ପ୍ରାପ୍ତ ସିଆରପିଏଫ ଯବାନ ପ୍ରଦୀପ କୁମାର ମଲ୍ଲିକ, ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ନିମେଇଁ ପାତ୍ର ପ୍ରମୁଖ ମଞ୍ଚସିନ ଥିଲେ। ଶେଷରେ ଜୟ ଜଗନ୍ନାଥ ଯୁବକ ସଙ୍ଘର ସଭାପତି ଅମିତାଭ ବେହେରା ଧନ୍ୟବାଦ ଦେଇଥିଲେ ।
Popular Categories



