www.samajalive.in
Thursday, December 11, 2025
16.1 C
Bhubaneswar

ଆଜି ବିଶ୍ୱ ଖାଦ୍ୟ ଦିବସ

ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୬କୁ ବିଶ୍ୱ ଖାଦ୍ୟ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରୁ କ୍ଷୁଧା ଦୂର କରି ସଭିଁଙ୍କୁ ଆହାର ଯୋଗାଇବା ପାଇଁ ପ୍ରୟାସ କରିବା। ଏହାସହ ଲୋକଙ୍କୁ ଜାଗୃତ କରିବା। ବିଶ୍ୱ ଖାଦ୍ୟ ଦିବସ ୧୯୮୧ରେ ପ୍ରଥମ ଥର ପାଳନ କରାଯାଇଥିବା ବେଳେ ସେବେ ଠାରୁ ବର୍ତ୍ତମାନ ଏହା ୧୫୦ ଦେଶରେ ପାଳନ କରାଯାଉଛି। ଏହି ଦିବସକୁ ପାଳନ କରିବାର ଶ୍ରେୟ (Food and Agriculture Organisation) ଖାଦ୍ୟ ଏବଂ କୃଷି ସଙ୍ଗଠନର ସଦସ୍ୟ ଦେଶମାନଙ୍କୁ ଯାଇଥାଏ। ଖାଦ୍ୟ ଓ କୃଷି ସଙ୍ଗଠନ ନିଜର ୨୦ ତମ ମହାସମ୍ମିଳନୀରେ ଖାଦ୍ୟ ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏହାପରେ ୧୯୮୧ରେ ଏହା ପ୍ରଥମ ଥର ପାଳନ କରାଯାଇଥିଲା।
ଏହା ମଧ୍ୟ ସଭିଁଙ୍କୁ ଜଣା ସାରା ଦୁନିଆରେ ଅଧିକାଂଶ ଲୋକେ ସଠିକ ସମୟରେ ଖାଦ୍ୟ ନ ପାଇବାରୁ ସେମାନଙ୍କ ମୃତ୍ୟୁ ହୋଇଥାଏ। ଏହାସହ ଏଭଳି ମଧ୍ୟ ଅଧିକାଂଶ ସମୟରେ ଦେଖାଯାଇଥାଏ ଅନେକ ଲୋକଙ୍କୁ ସଠିକ ସମୟରେ ଖାଦ୍ୟ ମିଳିଥାଏ, ମାତ୍ର ସେମାନେ ଖାଦ୍ୟ ଅଧା ଖାଇ ପଳାଇଥାଆନ୍ତି। ତେଣୁ କୁହାଯାଏ ଯେତିକି ଖାଦ୍ୟ ଖାଇବେ ସେତିକି ହିଁ ନେବା ଉଚିତ। ଖାଦ୍ୟ ଆଦୌ ନଷ୍ଟ କରିବା ଉଚିତ ନୁହେଁ। ଖାଦ୍ୟ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ତେଣୁ ଲୋକଙ୍କୁ ଭୋକରୁ ରକ୍ଷା କରିବାକୁ ଏହି ଦିନ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଯାଦ୍ୱାରା ବିିଭିନ୍ନ ପ୍ରକାର ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରିତ ହେବା ସହ ଭୋକ କାରଣରୁ କାହାର ମଧ୍ୟ ମୃତ୍ୟୁ ନହେଉ।
ଚଳିତ ବର୍ଷ ବିଶ୍ୱ ଖାଦ୍ୟ ଦିବସର ଥିମ୍‍  ( Our Actions Are Our Future- Better Production, Better Nutrition, a better Environment and a Better life) ଆମ କାର୍ଯ୍ୟକଳାପ ହିଁ ଆମ ଭବିଷ୍ୟତ। ଉତ୍ତମ ଉତ୍ପାଦନ, ଉତ୍ତମ ପୋଷଣ, ଉତ୍ତମ ବାତାବରଣ ଓ ଉତ୍ତମ ଜୀବନ। ଏହି ଥିମ୍‍ ଖାଦ୍ୟ ଏବଂ କୃଷି ସଙ୍ଗଠନ ପକ୍ଷରୁ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories