www.samajalive.in
Saturday, December 13, 2025
26.1 C
Bhubaneswar

ବାଙ୍କୀରେ ଅବକାରୀ ଚଢାଉ, ୬୦ ଲିଟର ମଦ ଜବତ,୧ ଗିରଫ

ବାଙ୍କୀ : ବାଙ୍କୀର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗୁରୁବାର ଦିନ ୧୨୦୦ ଲିଟର ପୋଚ ନଷ୍ଟ କରାଯିବା ସହ ୬୦ ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରିବାରେ ବାଙ୍କୀ ଅବକାରୀ ବିଭାଗ ସଫଳ ହୋଇଛି । ଏହି ଚଢାଉରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି । ଅବକାରୀ ଅଧିକାରୀ ଟେଲେସଫର ଲାକ୍ରାଙ୍କ ସୂଚନାକ୍ରମରେ ସରଣ୍ଡା ଫାଣ୍ଡି ଅଧିନ ମାଳବିହାରପୁର ଗ୍ରାମର ତପନ ନାଏକଙ୍କ ଠାରୁ ୬୦ ଲିଟର ମଦ ଅଂଶୁପା ନିକଟବର୍ତ୍ତୀ ଖନ୍ଦକ ସେତୁ ଠାରୁ ଜବତ କରାଯାଇଛି । ସେହିପରି ଅନୁରୂପ ଭାବରେ ବାଙ୍କୀ ଥାନା ଅଧିନ ଢଁସର ପଞ୍ଚାୟତର ଜାମୁଣ୍ଡି ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମଦ ରନ୍ଧା ନିମନ୍ତେ ମହଜୁଦ ଥିବା ୧୨୦୦ ଲିଟର ଗୁଡ ପୋଚ ଜବତ କରାଯାଇ ସମସ୍ତ ସାମଗ୍ରୀକୁ ନଷ୍ଟ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ କାହାରିକୁ ଗିରଫ କରିପାରିନାହିଁ । ସୂଚନା ଅନୁଯାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମରେ ବାଙ୍କୀର ବିଭିନ୍ନ ଜାଗାରେ ଚଢାଉ ଜାରି ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories