www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ପୁଲିସର ଗୁଳି, ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ରେଳବାଇ କଲୋନୀ ରିମ ଝିମ ବସ୍ତିରେ ଗତ ସେପ୍ଟେମ୍ବର ୧୧ ତାରିଖରେ ହୋଇଥିବା ଜିତେନ୍ଦ୍ର ସାଏ ଓରଫ ଗୋରେ ହତ୍ୟାକାଣ୍ଡ ଅଭିଯୋଗରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଉରକେଲା ପୁଲିସl ଗୋରେ ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ଅନେକ ଅପରାଧୀ ଫେରାର ରହିଥିବା ଜଣାପଡିଛି।

ତେବେ ଆଜି ଭୋର ୪ଟା ୪୦ ମିନିଟରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁସ୍ତାକ ବାବଦରେ ଖବର ପାଇ ପୁଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଧରିବା ପାଇଁ ପହଞ୍ଚିଥିଲା। ବିଶ୍ରା ମଣ୍ଡପ ଛକରେ ପୁଲିସକୁ ଦେଖି ମୁସ୍ତାକ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇ ଥିଲା। ଏହି ଗୁଳି ବିନିମୟରେ ଦୁଇ ଅପରାଧୀ ମୁସ୍ତାକ ଆଲମ ଓ ମହମ୍ମଦ ଗୁଡୁଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଘଟଣାସ୍ଥଳରୁ ପୁଲିସ ଉଠାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

- Advertisement -

ସୂଚନା ମୁତାବକ, ମୁସ୍ତାକର ଘର ରାଉରକେଲା ନାଲା ରୋଡ଼ର ଭାଟି ରୋଡ଼ ହୋଇଥିବା ବେଳେ ଗୁଡୁର ଘର ରାଉରକେଲା ମାଲଗୋଦାମ ଅଂଚଳରେ। ପୁଲିସ ଅନ୍ୟ ଅପରାଧୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories