www.samajalive.in
Saturday, December 13, 2025
15.1 C
Bhubaneswar

କଂଗ୍ରେସ ଭବନରେ ପୁଣି ଭଙ୍ଗାରୁଜା

ଭୁବନେଶ୍ୱର : ନିର୍ବାଚନରେ ବାରମ୍ବାର ପରାଜୟ ସାଙ୍ଗକୁ ଦଳୀୟ ନେତୃତ୍ୱକୁ ନେଇ ଗତ କିଛି ଦିନ ହେଲା କଂଗ୍ରେସରେ ଅନ୍ତଃକନ୍ଦଳ ଲାଗି ରହିଥିବାବେଳେ ଦଳର ରାଜ୍ୟ ମୁଖ୍ୟାଳୟ କଂଗ୍ରେସ ଭବନରେ ଆଜି ପୁଣି ଥରେ ଭଙ୍ଗାରୁଜା ଘଟଣା ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଥରେ ଅଧେ ନୁହେଁ, ଅତୀତରେ ଏକାଧିକ ବାର କଂଗ୍ରେସ ଭବନରେ ହିଂସାକାଣ୍ଡ, ଭଙ୍ଗାରୁଜା, ମାରପିଟ ଘଟଣା ଘଟିଥିବା ନଜିର ରହିଛି। କିନ୍ତୁ ଦିନକୁ ଦିନ ଏହା ବିସ୍ଫୋରକ ମୋଡ଼ ନେଲାଣି। ବୁଧବାର କଂଗ୍ରେସ ଭବନରେ ଦୁଇଥର ଭଙ୍ଗାରୁଜା ହୋଇଛି। ସକାଳ ୬ଟା ବେଳେ କିଛି ଯୁବକ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପଶି ଚଉକି ଟେବୁଲ ଫୋପାଡ଼ିବା ଏବଂ ଭଙ୍ଗାରୁଜା କରିଥିବାବେଳେ ପୁନର୍ବାର ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଆଉ କିଛି ଦୁର୍ବୃତ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଆଗରେ ଥିବା ତାଙ୍କ ନାମଫଳକ କାଢ଼ି ତଳେ ଫିଙ୍ଗି ଦେଇଥିଲେ। ସେମାନଙ୍କ ରାଗ ଏତିକିରେ ଥମି ନଥିଲା। ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନାମଫଳକ ମଧ୍ୟ ସେମାନେ ଭଙ୍ଗାରୁଜା କରି ତଳେ ପକାଇ ଦେଇଥିଲେ।
ଏହା ପୂବରୁ ଅକ୍ଟୋବର ୩ରେ ପିପିଲି ଉପନିର୍ବାଚନ ଫଳ ପ୍ରକାଶ ପରେ କଂଗ୍ରେସ ଅମାନତ ହରାଇବା ଘଟଣାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ସେଦିନ କିଛି କ୍ଷୁବ୍ଧ କର୍ମୀ କଂଗ୍ରେସ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ କାର୍ଯ୍ୟାଳୟ ଆଗରେ ତାଲା ପକାଇବା, ପିସିସି ସଭାପତିଙ୍କ ବିରୋଧରେ ସ୍ଳୋଗାନ ଦେବା ଏବଂ ତାଙ୍କୁ ତୁରନ୍ତ ପଦରୁ ହଟାଇବା ପାଇଁ ଦାବି କରିଥିଲେ।


କଂଗ୍ରେସ ଭବନରେ ବାରମ୍ବାର ଭଙ୍ଗାରୁଜା, ହିଂସାକାଣ୍ଡ, ଦଳବିରୋଧୀ କାର୍ଯ୍ୟକୁ ନେଇ ଦଳ ଭିତରେ ଏବଂ ବାହାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ପ୍ରକାର ବିଦ୍ରୋହ ଏବଂ ଭଙ୍ଗାରୁଜା ଘଟଣାକୁ ଦଳୀୟ ବିଧାୟକ ସୁରେଶ ରାଉତରାୟ ନିନ୍ଦା କରିବା ସହିତ କଂଗ୍ରେସ ଭବନ ଭଳି ଦଳୀୟ ମନ୍ଦିରକୁ ଧ୍ୱଂସ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି, ଦଳର ଏହା ପୁରୁଣା ରୋଗ। ଏ ଘଟଣାରେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳର ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିବା ସହିତ ଆଗକୁ ପଞ୍ଚାୟତ, ପୌର ନିର୍ବାଚନ ଥିବାରୁ କଂଗ୍ରେସକୁ ବଦନାମ କରିବାକୁ କେତେକ ଯୋଜନା ଚଳାଇଥିବା କହିଛନ୍ତି। ଏଠି ଦଳରେ କେହି କାହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏଆଇସିସି ପକ୍ଷରୁ ରାହୁଳ ଗାନ୍ଧୀ, ସୋନିଆ ଗାନ୍ଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଏଭଳି ହୁଅନ୍ତା ନାହିଁ। ଓଡ଼ିଆ ପ୍ରଭାରୀ ଚେଲ୍ଲାକୁମାରଙ୍କ ସମେତ ଜାତୀୟସ୍ତରରେ ଏଆଇସିସି ଦାୟିତ୍ୱରେ ଥିବା ନେତା କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବାରମ୍ବାର ଏପରି ଘଟଣା ଘଟୁଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଭଙ୍ଗାରୁଜା ପଛରେ କେଉଁମାନେ ସାମିଲ ଅଛନ୍ତି ତା’ର ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତଥାପି କିଛି ନେତାଙ୍କ କହିବାନୁଯାୟୀ ଯୁବ କଂଗ୍ରେସର ସଭାପତି ମନୋନୟନ ପ୍ରକ୍ରିୟାକୁ ନେଇ ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ। ସେମାନେ ଏଭଳି କାଣ୍ଡ ଭିଆଇ ଥାଇପାରନ୍ତି।

- Advertisement -

ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବନି: ନିରଞ୍ଜନ,ରାତ୍ର ଜଗୁଆଳ ନିଲମ୍ବିତ
ସକାଳେ ପ୍ରଦେଶ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ଏବଂ ଅପରାହ୍ଣରେ ପିସିସି ସଭାପତି ଏବଂ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ପ୍ରକୋଷ୍ଠ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଦାୟିତ୍ୱରେ ଅବହେଳା ପାଇଁ ରାତ୍ର ଜଗୁଆଳ (ୱାଚ୍‍ମ୍ୟାନ)ଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପିସିସି ସଭାପତି ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶଙ୍କୁ ଦାୟିତ୍ୱ ଦେଇଛନ୍ତି। ଖୁବ୍‌ଶୀଘ୍ର ଏକ ପୂର୍ଣ୍ଣାଙ୍ଗ ବିବରଣୀ (ରିପୋର୍ଟ) ପିସିସିକୁ ପ୍ରଦାନ ପାଇଁ ତାଙ୍କୁ କୁହାଯାଇଛି। ବିବରଣୀ ପାଇବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ପକ୍ଷରୁ ଉପସଭାପତି ଯଜ୍ଞେଶ୍ବର ବାବୁ ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories