www.samajalive.in
Friday, December 12, 2025
19.1 C
Bhubaneswar

ନବରଙ୍ଗପୁର ଉତ୍ସବମୁଖର :ଭଣ୍ଡାରଘରଣୀ ମନ୍ଦିର ସମେତ ୫ଟି ମେଢରେ ପୂଜା

ନବରଙ୍ଗପୁର : ପବିତ୍ର  ଦୁର୍ଗାପୂଜା ଅବସରରେ ସମଗ୍ର ନବରଙ୍ଗପୁର ଜିଲା ଉତ୍ସବମୁଖର ହୋଇ ଉଠିଛି । ସହରର ଅଧିଷ୍ଠାତ୍ରୀଦେବୀ ମା’ଭଣ୍ଡାରଘରଣୀମନ୍ଦିରେ ନବରାତ୍ର ପାଳନ କରାଯାଉଛି । ଫଳରେ ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କର ଦର୍ଶନ ଓ ଆଳତୀ ପାଇଁ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି । ମନ୍ଦିର ପରିସରରେ ଲୋକାରଣ୍ୟ ହୋଇପଡୁଛି । କରୋନା କାରଣରୁ ଗତ ବର୍ଷ ମନ୍ଦିରରେ ଭକ୍ତଙ୍କର ଦର୍ଶନ ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ କରୋନା କଟକଣା କୋହଳ ହେବାପରେ ଭକ୍ତମାନେ ଭାବବିହ୍ୱଳ ହୋଇ ମା’ଙ୍କର ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଏଠାରେ ପ୍ରଥମଦିନରୁ ହିଁ ୧୦୦୮ ରୁ ଅଧିକ ଅଖଣ୍ଡ ଦୀପ ଲାଗିଛି । ଭକ୍ତମାନେ ମନସ୍କାମନା କରି ଏହା ଲଗାଇଛନ୍ତି ।

- Advertisement -

ବୁଧବାର ମନ୍ଦିରରେ ମା’ଙ୍କର ମହାନବମୀ ପୂଜା କରାଯାଇଛି । ଗୁରୁବାର ଦିନ ପୂର୍ଣ୍ଣାହୁତି ଦିଆଯିବ ବୋଲି ଜଣାପଡିଛି। ପରେ ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ ଯାଇ ଦଶହରାପଦା ପଡିଆ ଲାଖବିନ୍ଦା ପର୍ବ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହିପରି ନବରଙ୍ଗପୁର ସହରରେ ଚଳିତବର୍ଷ ପାଞ୍ଚଟି ମେଢ କରାଯାଇ ମହା ଷଷ୍ଠି ଠାରୁ ମା’ଦୁର୍ଗାଙ୍କର ମୃଣ୍ମୟୀମୃର୍ତ୍ତୀ ପୂଜା କରାଯାଉଛି । ଆରସିଡି ଆଇସ୍କୁଲ ପଡିଆ, ମୁଖ୍ୟରାସ୍ତା ,ବାଦାମ ସାହି , ବିଦ୍ୟୁତ ବିଭାଗ, କାଠମିଲ ଠାରେ ମେଢ କରାଯାଇ ପୂଜା କରାଯାଉଛି। ଆଜି ଏହି ମେଢରେ ମହାଷ୍ଟମୀ ପୂଜା କରାଯାଇଛି। ଶୁକ୍ରବାରଦିନ ଦଶମୀରେ ପୂର୍ଣ୍ଣାହୁତି ଦିଆଯିବ  । ତେବେ ଚଳିତବର୍ଷ ପୁଲିସ ବିଭାଗ ଓ ଘରୋଇ ବସ୍‍ମାଲିକ ସଂଘ ପକ୍ଷରୁ ମେଢ କରାଯାଇ ନାହିଁ । ଏହି ମେଢରେ ମା’ଙ୍କର ଦର୍ଶନ ପାଇଁ ସନ୍ଧ୍ୟାରେ ଭିଡ ଦେଖିବାକୁ ମିଳୁଛି । ଫଳରେ ସହରରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories