www.samajalive.in
Friday, December 12, 2025
19.1 C
Bhubaneswar

କଟକ ବଡ଼ ଡାକ୍ତରଖାନା : ଖୁବଶୀଘ୍ର ଆରମ୍ଭ ହେବ ଯକୃତ ପ୍ରତିରୋପଣ

କଟକ : କଟକ ବଡ଼ ଡାକ୍ତରଖାନା ସଫଳତାର ଇତିହାସରେ ଆଉ ଏକ ନୂଆ ଫର୍ଦ ଯୋଡିବାକୁ ହେବାକୁ ଯାଉଛି। କାଡାଭେରିକ ଓ ବୃକ୍‍କ ପ୍ରତିରୋପଣ ସଫଳତାର ସହିତ ହେଉଥିବାବେଳେ ବଡ଼ ଡାକ୍ତରଖାନାରେ ଖୁବଶୀଘ୍ର ଯକୃତ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି। ଯକୃତ ପ୍ରତିରୋପଣ ପାଇଁ ଆସନ୍ତା ସୋମବାରଠାରୁ ନାମ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ପଞ୍ଜୀକରଣ କାର୍ଯ୍ୟର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ପଞ୍ଜୀକରଣ ହେବାରୁ ୩ରୁ ୪ମାସ ମଧ୍ୟରେ ଯକୃତ ପ୍ରତିରୋପଣ କରାଯିବ।
କଟକ ବଡ଼ ଡାକ୍ତରଖାନାରେ କିଡନୀ(ବୃକ୍‍କ) ପ୍ରତିରୋପଣ ପୂର୍ବରୁ ଲିଭର(ଯକୃତ) ପ୍ରତିରୋପଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଲିଭର ପ୍ରତିରୋପଣ ପାଇଁ ୨୦୧୦-୧୧ରେ ସ୍ୱାସ୍ଥ୍ୟ ବିଭାଗ ଅର୍ଥ ବ୍ୟବସ୍ଥା କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆଶୁଚିକିତ୍ସା ବିଭାଗର ୩ୟ ଓ ୪ର୍ଥ ମହଲାରେ ଲିଭର ପ୍ରତିରୋପଣ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ୩ୟ ମହଲାରେ ଷ୍ଟେରିଲାଇଜେସନ ପ୍ରକୋଷ୍ଠ ଏବଂ ୪ର୍ଥ ମହଲାରେ ଏକ ଅତ୍ୟାଧୁନିକ ମଡୁଲାର ଅସ୍ତ୍ରୋପଚାର ଗୃହ(ଓଟି) ତିଆରି ପାଇଁ ସରକାର ଅର୍ଥ ଯୋଗାଇ ଦେଇଥିଲେ। ଷ୍ଟେରିଲାଇଜେସନ ସାମଗ୍ରୀ ପାଇଁ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାକୁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୨୦୧୪ରୁ ୨୦୧୬ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୮ଜଣ ଡାକ୍ତର, ଜଣେ ରେଡିଓଲୋଜିଷ୍ଟ ଓ ୧୧ଜଣ ସେବିକାଙ୍କୁ ତାଲିମ ସକାଶେ ନୂଆଦିଲ୍ଲୀସ୍ଥିତ ଆପୋଲୋ ଇନ୍ଦ୍ରପସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ଏକ ମାସ ପାଇଁ ଏହିସବୁ କର୍ମଚାରୀ ଓ ଡାକ୍ତର ଉକ୍ତ ହସ୍ପିଟାଲରେ ତାଲିମ ନେଇଥିଲେ। ମଡୁଲାର ଓଟି ପ୍ରସ୍ତୁତ ହୋଇନଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଯକୃତ ପ୍ରତିରୋପଣ କାର୍ଯ୍ୟ ମୂତ୍ରଶଲ୍ୟ ବିଭାଗରେ କରାଯିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ସମୟରେ ଯକୃତ ପ୍ରତିରୋପଣ ପାଇଁ ସ୍ୱତନ୍ତ୍ର ଓଟି ପ୍ରସ୍ତୁତ କରାଯିବ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories