www.samajalive.in
Saturday, December 13, 2025
21.1 C
Bhubaneswar

ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ, ୨ ମୃତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ଆଦିତ୍ୟ ମୋଟର୍ସ ସମ୍ମୁଖ ରାସ୍ତାରେ ଠିଆ ହୋଇଥିବା ଏକ ବାଲି ବୋଝେଇ ଟ୍ରକକୁ ପଛପଟୁ ଦୃତ ଗତିରେ ଆସୁଥିବା ଆଉ ଏକ ଟ୍ରକ ଧକ୍କା ଦେବାରୁ ଜଣେ ଟ୍ରକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମୃତ୍ୟୁବରଣ କରିଥିବା ଜଣେ ଡ୍ରାଇଭର ହିଞିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ନୂଆସାହିର ପ୍ରଭାକର ସ୍ୱାଇଁ ବୋଲି ପୁଲିସ ସୂଚନା ଦେଇଥିବା ବେଳେ ଆନ୍ଧ୍ର ଟ୍ରକର ଡ୍ରାଇଭରର‌ ପରିଚୟ ମିଳିପାରିନାହିଁ। ମଙ୍ଗଳବାର ରାତି ସାଢ଼େ ଗୋଟାଏ ବେଳେ ଜାତୀୟ ରାଜପଥରେ ଯାଉଥିବା ଏକ ବାଲି ବୋଝେଇ ଟ୍ରକ ଖରାପ ହୋଇ ଯିବାରୁ ଡ୍ରାଇଭର ପ୍ରଭାକର ସ୍ୱାଇଁ ଟ୍ରକ ମରାମତି କରୁଥିଲେ।ଏହି ସମୟରେ ଦୃତ ଗତିରେ ଆସୁଥିବା ଆଉ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଲି ବୋଝେଇ ଟ୍ରକକୁ ମରାମତି କରୁଥିବା ଟ୍ରକ ଡ୍ରାଇଭର ପ୍ରଭାକର ସ୍ୱାଇଁ ଟ୍ରକ ଚକା ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories