www.samajalive.in
Friday, December 12, 2025
15.1 C
Bhubaneswar

ପାପଡାହାଣ୍ଡି ସହିଦ ମିନାର ପରିସରରେ ୧୦୦ ଫୁଟ ଉଚ୍ଚତାରେ ଉଡ଼ିବ ଜାତୀୟ ପତାକା

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ସହିଦ ପୀଠ ପରିସରରେ  ୧୦୦ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ତୁରୀ ନଦୀ କୂଳରେ ଥିବା ସହିଦ ମିନାର ପରିସରରେ ୧୦୦ ଫୁଟ ଉଚ୍ଚତାରେ ଜାତୀୟ ପତାକା ଉଡ଼ିବ। ଏଥି ଜାତୀୟ ପତାକାର ଓସାର ୩୦ ଫୁଟ  ଏବଂ ଲମ୍ବ ୨୦ଫୁଟ  ରହିଛି। ଆଜି ଏହାର  ଶୁଭାରମ୍ଭ କରାଯାଇଛିା

୯୪୨ ମସିହା ଅଗଷ୍ଟ ମାସ ୨୪ ତାରିଖରେ ଏହି ଅଂଚଳର ୧୨ଶହ ସ୍ୱାଧୀନତା ସଂଗ୍ରାମୀ ଡାବୁଗାଁ ଥାନାକୁ ଯିବା ସମୟରେ ପାପଡାହାଣ୍ଡି ତୁରୀ ନଦୀ ନିକଟରେ ସାମନା ପଟୁ ବ୍ରିଟିଶ ସୈନ୍ୟଙ୍କ ଗୁଳିରେ ଘଟଣା ସ୍ଥଳରେ ୧୧ ଜଣ ଟଳି ପଡ଼ିଥିବା ବେଳେ ଆଉ ୮ ଜଣଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ସେହି ଶହୀଦ ମାନଙ୍କ ସ୍ମୃତି ଉଦେଶ୍ୟରେ କୋରାପୁଟ ଜିଲ୍ଲାର ପ୍ରଥମ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସ ରାଓ ତୁରୀ ନଦୀକୂଳରେ ଶହୀଦ ମିନାର କରିବା ଲାଗି ୧୯୮୦ ମସିହା ରେ ଶୁଭ ଦେଇଥିଲେ। , ପରବର୍ତ୍ତୀ ସମୟରେ ୧୯୮୩ ମସିହାରେ ସେତେବେଳର ରାଜ୍ୟପାଳ ତଥା ସ୍ୱାଧୀନତା ସଂଗ୍ରାମୀ ସେହି ସ୍ଥାନରେ ଶୁଭ ପକାଇ ଶହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ କାର୍ଯ୍ୟ ଆରମ୍ଭ  କରାଯାଇଥିଲା। ସେହି ଦିନଠାରୁ ଆଜି ପର୍ୟ୍ୟନ୍ତ ଏଠାରେ ପ୍ରତିବର୍ଷ ଅଗଷ୍ଟ ମାସ ୨୪ ତାରିଖକୁ ଏଠାରେ ଶହୀଦ ଦିବସ ରୂପେ ପାଳନ କରାଯାଉଛି। ଏହି ଶହୀଦ ଦିବସ କୁ ରାଜ୍ୟ ସ୍ତରରେ ପାଳନ କରିବା ପାଇଁ ଦାବି ହେଉଥିବା ବେଳେ ଏଠାକାର ପରିସରକୁ ଅଧିକରୁ ଅଧିକ ସୌନ୍ଦର୍ୟ୍ୟ କରଣ କରିବାପାଇଁ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧି ପ୍ରମୁଖ ଚେଷ୍ଟା ଚଳାଇ ଆସିଛନ୍ତି।

- Advertisement -

 

ବିଗତ ୨୦୨୦ ମସିହା ଶହୀଦ ଦିବସ ଅବସରରେ ଶହୀଦ ମିନାର ପରିସରରେ ଏକ ବିରାଟ ଜାତୀୟ ପତାକା ସ୍ଥାପନ କରିବାପାଇଁ ଆଦିବାସୀ ଶହୀଦ ସଂସ୍କୃତି କେନ୍ଦ୍ର ସଭାପତି ତଥା ସଂଗ୍ରାମୀ ଶହୀଦ ସ୍ମୃତି ସାଂସଦ କାର୍ୟ୍ୟକାରୀ ସଭାପତି ମୁନା ତ୍ରିପାଠୀ ପ୍ରସ୍ତାବ ଦେଇଥିଲେ । ଚଳିତ ବର୍ଷ ଅଗଷ୍ଟ ୨୪ ଶହୀଦ ଦିବସ ଅବସରରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଶହୀଦ ମିନାର ପରିସରରେ ଜାତୀୟ ପତାକା ସ୍ଥାପନ ପାଇଁ ନିଜ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରିବା ନେଇ ଘୋଷଣା କରିଥିଲେ।  ଘୋଷଣା କରିବାର ଅଳ୍ପ ଦିନ ମଧ୍ୟରେ  କାର୍ୟ୍ୟ ଆଜି ଆରମ୍ବ କରାଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ୟ୍ୟ ସମ୍ପାଦନ ହେବ ବୋଲି ଆଶା କରାଯାଉଛି । ଏହି ବିରାଟ ଜାତୀୟ ପତାକା ଜାତୀୟ ସ୍ମାରକୀ ହୋଇ ସବୁଦିନ ପାଇଁ ରହିବ ବୋଲି ସାଂସଦ ଶ୍ରୀ ମାଝୀ କହିଛନ୍ତି। ଏଥିପାଇଁ ସାଂସଦ ଙ୍କୁ ଶହୀଦ ସ୍ମୃତି କମିଟି ଏବଂ ଜିଲ୍ଲାବାସୀ ଧନ୍ୟବାଦ ଜଣାଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories