www.samajalive.in
Sunday, December 14, 2025
15.1 C
Bhubaneswar

ଶିଶୁକୁ ଝାମ୍ପିନେଲା ଚିତା ବାଘ

ରାଇଘର/ନବରଙ୍ଗପୁର: ନବରଙ୍ଗପୁର ଜିଲା ରାଇଘର ବ୍ଲକ ତୁରୁଡିହି ଗ୍ରାମର ଜଣେ ୬ବର୍ଷୀୟ ଶିଶୁକୁ ମନ୍ଦିର ମୁହଁରୁ ଚିତା ବାଘ ଝାମ୍ପି ନେଇଛି। ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହି ଗ୍ରାମର ନରେନ୍ଦ୍ର ମର୍କାମ ତାଙ୍କ ପରିବାର ସହ ସୀମାନ୍ତ ଛତିଶଗଡ଼ ରାଜ୍ୟର ସିହାୱାର ପାହାଡ଼ରେ ଅବସ୍ଥିତ ଶୃଙ୍ଗୀଋଷି ମନ୍ଦିରକୁ ସୋମବାର ସନ୍ଧ୍ୟାରେ ନବରାତ୍ର ପୂଜା ଦର୍ଶନ ପାଇଁ ଯାଉଥିବାବେଳେ ଅଚାନକ ଏକ ଚିିତାବାଘ ଆକ୍ରମଣ କରିଥିଲା। ଏହି ସମୟରେ ସମସ୍ତେ ଜୀବନ ବିକଳରେ ଦୌଡ଼ି ପଳାଇଥିବାବେଳେ ତାଙ୍କର ଛଅ ବର୍ଷର ପୁଅ ଅଭିନାଶ ମର୍କାମ ଦୌଡ଼ି ନ ପାରି ଅଟକିଯାଇଥିଲା। ଚିତାବାଘ ଅଭିନାଶକୁ ଘୋଷାଡ଼ିଟାଣି ପାହାଡ଼ ଉପରକୁ ନେଇଯାଇଥିଲା। ଏଭଳି ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଓ ପୁଲିସ ଲୋକଙ୍କ ସହାୟତାରେ ବାଘକୁ ଘଉଡ଼ାଇଥିଲେ। ଫଳରେ ବାଘ ଅଭିନାଶକୁ ଛାଡ଼ି ଚାଲିଯାଇଥିଲା।

ରକ୍ତାକ୍ତ ଅବସ୍ଥାରେ ପୁଲିସ ଅଭିନାଶକୁ ଉଦ୍ଧାର କରି ସିହାୱା ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ଡାକ୍ତର ପରୀକ୍ଷା କରି ତାକୁ ମୃତ ଘୋଷଣା କରିଥିଲେ। ଚିତାବାଘ ଅଭିନାଶର ବେକକୁ କାମୁଡ଼ି ରକ୍ତାକ୍ତ କରିଥିବା ଜଣାପଡ଼ିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ରାଇଘରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।  ପ୍ରକାଶଥାଉକି,ଗ ତ କିଛିଦିନ ଧରି ଉକ୍ତ ଚିତା ବାଘ ଆକ୍ରମଣରେ ୩ଜଣ ନିରୀହ ଶିଶୁଙ୍କ ଜୀବନ ଯାଇଥିବାବେଳେ ବନ ବିଭାଗ ଚିତାବାଘକୁ ଧରିବାକୁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି।

- Advertisement -

 

ଏହି ଘଟଣା ପରେ ନବରଙ୍ଗପୁର ଜିଲା କଂଗ୍ରେସ ତରଫରୁ ମୃତ୍ୟୁ ବରଣ କରିଥିବା ନାବାଳକ ପରିବାରକୁ ଉଭୟ ରାଜ୍ୟ ଓଡିଶା ଏବଂ ଛତିଶଗଡ ସରକାର କ୍ଷତିପୂରଣ ଦେଉ ବୋଲି ଦାବି କରିଥିବା କହିଛନ୍ତି। ନବରଙ୍ଗପୁର ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଏନେଇ ଆସନ୍ତା କାଲି ଛତିଶଗଡ କଂଗ୍ରେସ ପ୍ରଭାରୀ ତଥା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଛତିଶଗଡ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୃତ ବାଳକ ପରିବାରକୁ ୫ଲକ୍ଷ ର କ୍ଷତିପୂରଣ ଦାବିକରିବ। ଏ ନେଇ ସେଠାକାର ବିଧାୟକ ଲକ୍ଷ୍ମୀଧୁରୁ ଙ୍କ ସହ ଶ୍ରୀ ଉଲ୍ଲକା ଆଲୋଚନା କରିଥିବା କହିଛନ୍ତି। ଏପଟେ ଓଡିଶା ରାଜ୍ୟ ସରକାର ନିକଟରେ ମଧ୍ୟ ୫ଲକ୍ଷ ଟଙ୍କାର ସହାୟତା ରାଶି କ୍ଷତିପୂରଣ ବାବଦରେ ଦେବାପାଇଁ କଂଗ୍ରେସ ଦାବି ରଖିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories