www.samajalive.in
Saturday, December 13, 2025
26.1 C
Bhubaneswar

ଓଡିଶା ମଧ୍ୟଦେଇ ପଶ୍ଚିମ ଭାରତକୁ ତୀର୍ଥଯାତ୍ରୀ ବିଶେଷ ପର୍ଯ୍ୟଟକ ଟ୍ରେନ

ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପଶ୍ଚିମ ଭାରତରେ ଥିବା ଗୁରୁତ୍ୱପୂର୍ଣ୍ଣ ତୀର୍ଥ ସ୍ଥାନ ଗୁଡିକ ଭ୍ରମଣ ପାଇଁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ‘ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍’ ବ୍ୟବସ୍ଥା କରାଯାଇଛି। ବାରାଣାସୀ, ଗୟା ଏବଂ ପ୍ରୟାଗରାଜ ଆଡକୁ ପ୍ରଥମ ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନର ସଫଳତା ପରେ ଦ୍ୱିତୀୟ ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ନଭେମ୍ବର ମାସ ଶେଷ ସପ୍ତାହରେ ଦ୍ୱାରକା, ସୋମନାଥ ମନ୍ଦିର, ନାଗେଶ୍ୱର, ବେଟ୍ ଦ୍ୱାରକା, ଅହମ୍ମଦାବାଦ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଭ୍ରମଣ କରାଇବ।

ଏହି ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ବିଜୟୱାଡା ଠାରୁ ୧୦ ରାତି ୧୧ ଦିନ ପାଇଁ ନଭେମ୍ବର ୨୮ରେ ଯାତ୍ରା ପ୍ରାରମ୍ଭ କରିବ ଏବଂ ଡିସେମ୍ବର ୮ରେ ଯାତ୍ରା ଶେଷ କରିବ। ଏହି ଟ୍ରେନ୍ ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ତାଳଚେର ରୋଡ୍, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡାରେ ବୋର୍ଡିଂ ପଏଣ୍ଟ ଯୋଗାଇବ। ଷ୍ଟାଚ୍ୟୁ ଅଫ୍ ୟୁନିଟି, ଦ୍ୱାରକାଦ୍ଧିଶ ମନ୍ଦିର, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୋମନାଥ ଜ୍ୟୋତିର୍ଲିଙ୍ଗ, କୀର୍ତ୍ତୀ ମନ୍ଦିର, ଅକ୍ଷ୍ୟରଧାମ ମନ୍ଦିର ପରି ପର୍ଯ୍ୟଟନ ତଥା ଧାର୍ମିକ ଗନ୍ତବ୍ୟ ସ୍ଥାନ ଏହି ପ୍ୟାକେଜରେ ସ୍ଥାନ ପାଇଛି।

- Advertisement -

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ୟାକେଜ୍ ମୂଲ୍ୟ ଷ୍ଟାଣ୍ଡାର୍ଡ ପ୍ୟାକେଜ୍ (ସ୍ଲିପର୍ କ୍ଲାସ୍)ରେ ୧୦ ହଜାର ୪୦୦ ଟଙ୍କା ଏବଂ ଆରାମଦାୟକ ପ୍ୟାକେଜ୍ (ଏସି-୩ ଟିଅର)ରେ ୧୭ ହଜାର ୩୩୦ ଟଙ୍କା ରହିଛି। ଏହି ପ୍ୟାକେଜରେ ରାତ୍ରି ରହଣି (ସ୍ଲିପର ଶ୍ରେଣୀ ପାଇଁ ଛାତ୍ରାବାସ ଏବଂ ଏସି ୩ ସ୍ତର ପାଇଁ ୩ ତାରକା ହୋଟେଲ), ଦର୍ଶନୀୟ ସ୍ଥାନ, ଜଳଖିଆ ଏବଂ ସାକାହାରୀ ରାତ୍ରୀ ଭୋଜନ / ମଧ୍ୟାହ୍ନ ଭୋଜନ, ଟୁର୍ ଏସକର୍ଟ ଏବଂ ସୁରକ୍ଷା ବ୍ୟବସ୍ଥା, ଭ୍ରମଣ ବୀମା ଏବଂ ପାର୍କିଂ ଓ ଟୋଲ୍ ଚାର୍ଜ ଇତ୍ୟାଦି ଅନ୍ତର୍ଭୁକ୍ତ।

ଏହି ଅଞ୍ଚଳର ଯାତ୍ରୀମାନେ ଗୁଜୁରାଟର ଧାର୍ମିକ ଓ ପର୍ଯ୍ୟଟନ ସ୍ଥାନକୁ ଓଡ଼ିଶାର ବିଭିନ୍ନ ବୋର୍ଡିଙ୍ଗ ଷ୍ଟେସନମାନଙ୍କ ଠାରୁ ଉପରୋକ୍ତ ପର୍ଯ୍ୟଟକ ପ୍ୟାକେଜ୍ ଦ୍ୱାରା ପରିଦର୍ଶନ କରିବାର ଲାଭ ପାଇପାରିବେ। ଏହା ବ୍ୟତୀତ ଭୁବନେଶ୍ୱରରେ ଥିବା ଆଇଆରସିଟିସି ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ କାଶ୍ମୀର, ଆସାମ, ମେଘାଳୟ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଦକ୍ଷିଣ ଭାରତର ରାମେଶ୍ୱରମ୍, ମଦୁରାଇ, କନ୍ୟାକୁମାରୀ ଏବଂ ତ୍ରିଭେନ୍ଦ୍ରମ ଇତ୍ୟାଦି ସ୍ଥାନମାନଙ୍କୁ ସବୁଠାରୁ ଶସ୍ତା ଘରୋଇ ଏୟାର ପ୍ୟାକେଜ୍ ମଧ୍ୟ ପ୍ରଦାନ କରୁଛି। ଯାତ୍ରୀମାନଙ୍କ ଚାହିଦା ଓ ଆବଶ୍ୟକତା ଅନୁଯାୟୀ ଏହି ପ୍ୟାକେଜ୍ ଉପଲବ୍ଧ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories