www.samajalive.in
Saturday, December 6, 2025
16.1 C
Bhubaneswar

ବିମାନ ଧରିବାକୁ ଟ୍ରାକ୍ଟରରେ ଯାତ୍ରା

ବେଙ୍ଗାଲୁରୁ: ସାଧାରଣତଃ ବିମାନ ଯାତ୍ରା କରିବାକୁ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ବିମାନ ବନ୍ଦରରେ ଯାତ୍ରୀଙ୍କୁ ପହଞ୍ଚିବାକୁ ହୋଇଥାଏ । ଦେଶର ମହାନଗରଗୁଡିକରେ ରାସ୍ତାରେ ଯେଉଁଭଳି ଟ୍ରାଫିକ ଭିଡ ଲାଗିରହୁଛି, ତାହାକୁ ଦୃଷ୍ଟିରେ ରଖି ବିମାନରେ ଯାତ୍ରା କରିବାକୁ ଥିବା ବ୍ୟକ୍ତି ହାତରେ ଅଧିକ ସମୟ ରଖି ଘରୁ ବାହାରିଥାନ୍ତି । କିନ୍ତୁ ବିମାନ ଧରିବାକୁ ଟ୍ରାକ୍ଟରରେ ଯାତ୍ରା କରିବା ଶୁଣିଲେ ଯେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ହେଲେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଏଭଳି ଘଟଣା ଘଟିଛି । ତେବେ ଯାତ୍ରୀମାନେ ଟ୍ରାକ୍ଟରେ ବସି ଦୂରସ୍ଥାନରୁ ବିମାନ ବନ୍ଦରକୁ ଆସିନାହାନ୍ତି । ବିମାନ ବନ୍ଦରର ଅନତି ଦୂରରୁ ସେମାନଙ୍କୁ ଟ୍ରାକ୍ଟରରେ ବସି ବିମାନ ବନ୍ଦର ପର୍ଯ୍ୟନ୍ତ ପହଞ୍ଚିବାକୁ ହୋଇଛି ।
ବେଙ୍ଗାଲୁରୁରେ ସୋମବାର ସଂଧ୍ୟାରେ ଭୀଷଣ ବର୍ଷା ହେବା ଫଳରେ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନ ବନ୍ଦର ମଧ୍ୟ ଏଥିରୁ ବାଦ୍‍ ପଡିନଥିଲା । ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା, ଏହାର ପାର୍କିଂ ସ୍ଥଳ, ବିମାନ ବନ୍ଦର ପରିସର ଆଦି ସବୁ ସ୍ଥାନ ବର୍ଷା ପାଣିରେ ଭର୍ତ୍ତି ହୋଇଯାଇଥିଲା । ଏହି କାରଣରୁ କେମ୍ପେଗୌଡା ବିମାନ ବନ୍ଦର ବାହାରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅଟକି ରହିଥିଲେ । ରାସ୍ତାରେ ପାଣି ଭର୍ତ୍ତି ହୋଇରହିଥିବାରୁ କାର ଚାଳକମାନେ ଯାତ୍ରୀଙ୍କୁ ବିମାନ ବନ୍ଦର ନେବାକୁ ମନା କରିଦେଲେ । ଶେଷରେ ଯାତ୍ରୀମାନେ ସେହି ବାଟଦେଇ ଯାଉଥିବା ଏକ ଟ୍ରାକ୍ଟରର ସହାୟତା ଲୋଡିଲେ । ସେମାନେ ନିଜ ଜିନିଷ ପତ୍ର ଟ୍ରାକ୍ଟର ଡାଲାରେ ରଖିବା ସହିତ ନିଜେ ଡାଲାରେ ବସି ବିମାନ ବନ୍ଦର ପର୍ଯ୍ୟନ୍ତ ଯାତ୍ରାକଲେ । ବର୍ଷା ଓ ପାଣି ଜମିରହିବା କାରଣରୁ ବିମାନ ବନ୍ଦରରୁ ବିଭିନ୍ନ ସ୍ଥାନକୁ ବିମାନ ଉଡାଣ କରିବା ଏବଂ ସେଠାରେ ବିମାନଗୁଡିକ ଅବତରଣ କରିବାରେ ବହୁ ବିଳମ୍ବ ଘଟିଥିଲା ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories