www.samajalive.in
Sunday, December 7, 2025
26.1 C
Bhubaneswar

ବଙ୍ଗୋପସାଗରରେ ଆରମ୍ଭ ହେଲା କ୍ୱାଡ ନୌ ସମରାଭ୍ୟାସ

ନୂଆଦିଲ୍ଲୀ: ବଙ୍ଗୋସାଗରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା (କ୍ୱାଡ) ଆଦି ରାଷ୍ଟ୍ରସମୂହର ନୌ ସମରାଭ୍ୟାସ । ଏହା ମାଲାବାର ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ବୋଲି କୁହାଯାଉଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସ ପ୍ରଥମ ପର୍ଯ୍ୟାୟ ତୁଳନାରେ ବଡ ଧରଣର ହେବ ବୋଲି ଜଣାଯାଇଛି । ପ୍ରଥମ ପର୍ଯ୍ୟାୟ ନୌ ସମରାଭ୍ୟାସ ଗତ ଅଗଷ୍ଟ ମାସରେ ପଶ୍ଚିମ ପ୍ରଶାନ୍ତ ମହାସାଗରର ଗୁଆମଠାରେ ଅନୁଷ୍ଠିତ ହୋଇଥିଲା ।
ଚଳିତ ନୌ ସମରାଭ୍ୟାସରେ ଭାରତର ଆଇଏନଏସ ରଣବିଜୟ, ଆଇଏନଏସ ସାତପୁରା, ପି-୮ଆଇ ଦୂରଗାମୀ ସାମୁଦ୍ରିକ ଗୁଇନ୍ଦା ବିମାନ ଆଦି ଅଂଶଗ୍ରହଣ କରୁଛି । ସେହିଭଳି ଆମେରିକା ନୌ ବାହିନୀର ୟୁଏସଏସ କାର୍ଲ ଭିନସନ, ୟୁଏସଏସ ଲେକ୍‍ ଚମ୍ପିଆନ, ୟୁଏସଏସ ଷ୍ଟକଡେଲ ଏବଂ ଦୁଇଟି ବିଧ୍ୱଂସୀକାରୀ ଜାହାଜ ସାମିଲ ହୋଇଛି । ଜାପାନ ପକ୍ଷରୁ ଜେଏସ କାଗା ଏବଂ ଜେଏସ ମୁରାସେମ୍‍ ଏବଂ ଅଷ୍ଟ୍ରେଲିଆ ନୌ ବାହିନୀର ଏଚଏମଏଏସ ବାଲାରାଟ ଏବଂ ଏଚଏମଏଏସ ସାଇରିୟସ ଆଦି ସ୍ଥାନ ପାଇଛି ।
ଏହି ନୌ ସମରାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଆମେରିକା ନୌ ସେନା ଅପରେସନ୍ସ ମୁଖ୍ୟ ଆଡମିରାଲ ମାଇକ ଗିଲଡେ କହିଛନ୍ତି ଯେ ଏକ ଅବାଧ ଏବଂ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ଭାରତ-ଆମେରିକା ମଜଭୁତ ସହଭାଗିତା କାର୍ଯ୍ୟ କରୁଛି । ଭାରତ ଗସ୍ତ ପୂର୍ବରୁ ଆଡମିରାଲ ମାଇକ ଗିଲଡେ କହିଛନ୍ତି, ଭାରତ ହେଉଛି ଆମେରିକାର ଅନ୍ୟତମ ଘନିଷ୍ଠ ସାମରିକ ସହଭାଗୀ ଏବଂ ସେମାନଙ୍କର ମଜଭୁତ ସମ୍ପର୍କ ଏକ ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛି ।
୨୦୨୦ରେ ମଧ୍ୟ କ୍ୱାଡ ରାଷ୍ଟ୍ରସମୂହ ଆରବ ସାଗର ଓ ବଙ୍ଗୋପସାଗରରେ ସମରାଭ୍ୟାସ କରିଥିଲେ । ମାଲାବାର ସମରାଭ୍ୟାସର ପ୍ରଥମ ପର୍ଯ୍ୟାୟରେ ଭାରତୀୟ ନୌସେନାର ବୁଡାଜାହାଜ, ବିଧ୍ୱଂସୀ ଜାହାଜ, କରଭେଟ୍‍ ଏବଂ ଅନ୍ୟ ଭୂପୃଷ୍ଠ ଏବଂ ଆକାଶ ମାର୍ଗର ସାମରିକ ଯୁଦ୍ଧାସ୍ତ୍ର ସାମିଲ ହୋଇଥିଲା । କ୍ୱାଡ ରାଷ୍ଟ୍ରସମୂହ ପକ୍ଷରୁ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚାଲିଥିବା କାର୍ଯ୍ୟକଳାପ ଉପରେ ଚୀନ ତୀକ୍ଷଣ ନଜର ରଖିଛି । ତେବେ କ୍ୱାଡ ରାଷ୍ଟ୍ର ଗୋଷ୍ଠୀ କାହା ବିରୁଦ୍ଧରେ ଅଭିପ୍ରେତ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories