www.samajalive.in
Saturday, December 13, 2025
26.1 C
Bhubaneswar

+୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଯୁକ୍ତ ଦୁଇରେ ଖାଲିଥିବା ଆସନ ପୂରଣ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ସୋମବାର ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ଆସନ୍ତାକାଲିଠାରୁ ଆବେଦନ କରିପାରିବେ। ୨୦୨୧-୨୨ ଶିକ୍ଷାବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ କୌଣସି ପ୍ରକାରର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବନି। ନାମଲେଖା ସମ୍ବନ୍ଧରେ ନିର୍ଦେଶାଳୟ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାର୍ଥୀ ୧୨ ତାରିଖ ପୂର୍ବାହ୍ନ ୧୧ଟା୩୦ରୁ www.samsodisha.gov.in ୱେବ୍‌ସାଇଟ୍‌ ଲଗଇନ୍‌ କରି ଆବେଦନ କରିପାରିବେ। ଛାତ୍ରଛାତ୍ରୀ ସଞ୍ଚାର(ଅନ୍‌ଲାଇନ୍‌) ଜରିଆରେ ୨୫ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୩୦ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ନଭେମ୍ବର ପହିଲାରୁ ୩ ତାରିଖ ମଧ୍ୟରେ ନାମଲେଖା ହେବ। ୫ ତାରିଖ ସୁଦ୍ଧା କନିଷ୍ଠ ମହାବିଦ୍ୟାଳୟରେ କେତେ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି ସେ ତଥ୍ୟ ଇ-ସ୍ପେସ୍‍ରେ ଦାଖଲ କରିବେ କନିଷ୍ଠ ମହାବିଦ୍ୟାଳୟ ା ନଭେମ୍ବର ୯ରେ ଖାଲିଥିବା ସିଟ୍‍ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ସେହିଦିନ ତାଲିକାରେ ଥିବା ବିଦ୍ୟାର୍ଥୀ ସ୍ପଟ୍‍(ତତ୍କାଳ) ନାମଲେଖା ପାଇଁ ଆବେଦନ କରିବେ। ୧୧ ତାରିଖରେ ସ୍ପଟ୍‍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୧୧ରୁ୧୨ ମଧ୍ୟରେ ସ୍ପଟ୍‍ ନାମଲେଖା ଅନୁଷ୍ଠିତ ହେବ। ୧୩ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‍ରେ ଦାଖଲ କରିବେ। ଯେଉଁମାନେ ପୂର୍ବରୁ ଆବେଦନ କରିଥିବେ ସେମାନେ ପୂର୍ବ ଲଗ୍‌ଇନ୍‌ ଆଇଡିରେ ଆବେଦନ କରିପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories