www.samajalive.in
Saturday, December 13, 2025
26.1 C
Bhubaneswar

ମଣ୍ଡଳ କାରାଗାରରେ ସ୍ୱତନ୍ତ୍ର ଅଦାଲତ

ଚୌଦ୍ୱାର : ଛୋଟ ଛୋଟ ଅପରାଧରେ କାରାଗାରରେ ରହୁଥିବା କଏଦୀ ମାନଙ୍କ ମାମଲା କାରାଗାରସ୍ତରରେ ବିଚାର କରାଯାଇ ସେମାନଙ୍କୁ ମୁକ୍ତ କରିବା ଲକ୍ଷରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଏକ ସ୍ୱତନ୍ତ୍ର ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କଟକ ଜିଲା ଅଈନ୍ ସେବା ପ୍ରାଧିକରଣ ତରଫରୁ କାରାଗାର ଭିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାରପତି ସ୍ୱୟଂପ୍ରଭା ଆଚାର୍ଯ୍ୟ ଯୋଗଦେଇ କାରାଗାରର ବିଚାରାଧୀନ କଏଦୀଙ୍କ ମାମାଲା ଶୁଣାଣି କରିଥିଲେ। ସାଧାରଣ ଅପରାଧ କରି କାରାଗାରରେ ରହୁଥିବା ୨ଜଣ ବିଚାରାଧୀନ କଏଦୀଙ୍କୁ ଯୋରିମାନା କରାଯାଇ କାରାମୁକ୍ତ କରାଯାଇଥିଲା । ହେଲେ ସେମାନଙ୍କ ନାମରେ ଅନ୍ୟ ମାମଲା ଥିବାରୁ ସେମାନେ ମୁକ୍ତ ହୋଇ ପାରି ନଥିବା ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ କାରା ଅଧିକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁ,କାରାପାଳ ବିଭେନ୍ଦୁ ଭୁୟାଁ, କାରା ମଙ୍ଗଳ ଅଧିକାରୀ ରାମକୃଷ୍ଣ ଦାସ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପ୍ରତିମାସ ଶେଷ ଶନିବାରରେ ନିୟମିତ ଭାବେ ଆୟାଜନ କରାଯିବ ବୋଲି ଅଧିକ୍ଷକ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ । ଏଥି ସହିତ ଆଇନ୍ ପରାମର୍ଶ ଓ ଆଈନ୍ ସେବାରୁ ବଂଚିତ ଅନ୍ତେବାସୀଙ୍କୁ ଆଈନ୍ ସେବା ପ୍ରାଧିକରଣ ତରଫରୁ [kGନ୍ ସହାୟତା ପ୍ରଦାନ କରାଯିବ ବୋଲି ପ୍ରାଧିକରଣ ତରଫରୁ ପ୍ରକାଶ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories