www.samajalive.in
Monday, December 8, 2025
24.1 C
Bhubaneswar

ଆଜି ଭାରତୀୟ ମହାକାଶ ସଂଘର ଶୁଭାରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ଣ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ସଂଘ (ଇଣ୍ଡିଆନ ସ୍ପେସ୍ ଆସୋସିଏସନ୍‌) ଯୋଜନାର ଶୁଭାରମ୍ଭ କରିବେ। ଆଞ୍ଚଳିକ ଭିତ୍ତିରେ ମହାକାଶ ସମ୍ପର୍କିତ ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ବାରା ଭାରତ ମହାକାଶ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ଶିଳ୍ପ ସହ ଜଡିତ ବ୍ୟକ୍ତି ବିଶେଷଙ୍କ ସହ କଥା ହେବେ।

ଭାରତୀୟ ମହାକାଶ ସଂଘ  ଆଇଏସ୍‍ପିଏ ହେଉଛି ମହାକାଶ ଏବଂ ଉପଗ୍ରହ କମ୍ପାନୀମାନଙ୍କର ଅଗ୍ରଣୀ ଶିଳ୍ପ ସଂଘ ଯାହା ଭାରତୀୟ ମହାକାଶ ଶିଳ୍ପର ମିଳିତ ସ୍ୱର ହେବାକୁ ଇଚ୍ଛା କରେ । ଏହା ନୀତି ପ୍ରଚାର ଏବଂ ସରକାର ଓ ଏହାର ସହଯୋଗୀଙ୍କ ସମେତ ଭାରତୀୟ ମହାକାଶ ଡୋମେନ୍‌ର ସମସ୍ତ ହିତାଧିକାରୀଙ୍କ ସହ ଜଡିତ ହେବ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ପ୍ରତିପାଦିତ କରି ଆଇଏସ୍‍ପିଏ ଉନ୍ନତ ବୈଷୟିକ ତଥା ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଖେଳାଳି ଭାବେ ଭାରତକୁ ଆତ୍ମର୍ନିଭର  କରିବାରେ ସାହାଯ୍ୟ କରିବ ।

- Advertisement -

ମହାକାଶ ଏବଂ ଉପଗ୍ରହ ଜ୍ଞାନକୌଶଳ କ୍ଷେତ୍ରରେ ଉନ୍ନତ ସାମର୍ଥ୍ୟ ସହିତ ଅଗ୍ରଣୀ ସ୍ୱଦେଶୀ ଓ ବିଶ୍ୱସ୍ତରୀୟ ନିଗମ ଗୁଡିକୁ ଆଇଏସ୍‍ପିଏ ପ୍ରତିନିଧିତ୍ୱ କରେ। ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଲାର୍ସନ ଆଣ୍ଡ ଟୁବ୍ରୋ, ନେଲକୋ (ଟାଟା ଗ୍ରୁପ୍‌), ୱାନ ୱେବ, ଭାରତୀ ଏୟାରଟେଲ, ମ୍ୟାପମାଇଁଇଣ୍ଡିଅ ।, ୱାଲଚନ୍ଦନଗର ଶିଳ୍ପଗୋଷ୍ଠି ଏବଂ ଅନନ୍ତ ଟେକ୍ନୋଲୋଜି ଲିମିଟେଡ୍ ଅନ୍ତର୍ଭୁକ୍ତ । ଅନ୍ୟାନ୍ୟ ମୂଳ ସଦସ୍ୟମାନଙ୍କ ମଧ୍ୟରେ ଗୋଡ୍ରେଜ୍‌, ହ୍ୟୁଗେସ ଇଣ୍ଡିଆ, ଆଜିସ୍ତା-ବିଏସଟି ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍‌, ବିଇଏଲ୍‌, ସେଣ୍ଟମ୍ ଇଲେକ୍ଟ୍ରୋନିକ୍ସ, ମ୍ୟାକ୍ସାର୍ ଇଣ୍ଡିଆ ଅନ୍ତର୍ଭୁକ୍ତ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories