BJD Bijuli 480×75 Mob

ଭଗତ ସିଂଙ୍କ ନାମରେ ନାମିତ ହେବ ପାକିସ୍ତାନର ଶାଦନାମ ଚୌକ

BJD Bijuli 480×75 Mob
0

ଇସଲାମବାଦ : ପାକିସ୍ତାନର ଏକ ଅଦାଲତ ବୁଧବାର ଲାହୋର ଜିଲାରେ ଶାଦନାମ ଚୌକର ନାମ ପରିବର୍ତ୍ତନ କରାଯାଇ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ ନାମରେ ନାମିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଇଂରେଜ ଶାସନ ଅମଳରେ ୮୭ ବର୍ଷ ପୂର୍ବେ ଏହି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ରାଜଗୁରୁ ଓ ସୁକଦେବଙ୍କୁ ଫାଶି ଦିଆଯାଇଥିଲା। ୧୯୩୧ ମାର୍ଚ୍ଚ ମାସ ୨୩ ତାରିଖରେ ଏହି ଫାଶୀ ଦିଆଯାଇଥିଲା।
ଲାହୋର ଉଚ୍ଚ ନ୍ୟାୟାଳୟ ବିଚାରପତି ଜମିଲ ଖାନ ଭଗତ ସିଂ ମେମୋରିଆଲ ଫାଉଣ୍ଡେସନର ଅଧ୍ୟକ୍ଷ ଇମ୍‍ତିହାଜ ରଶିଦ କୁରେଶିଙ୍କ ଦ୍ୱାରା ଆଗତ ଏକ ଆବେଦନର ଶୁଣାଣିକରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀ ଇମ୍‍ତିହାଜ କହିଥିଲେ, ପାକିସ୍ଥାନ ସଂସ୍ଥାପକ ମହମ୍ମଦ ଅଲ୍ଲି ଜିନା ମଧ୍ୟ ଭଗତ ସିଂ ଜଣେ ସଚ୍ଚୋଟ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି କହିଥିଲେ। ଶାଦନାମ ଚୌକର ନାମ ପରିବର୍ତ୍ତନ କରାଯାଇ ଭଗତ ସିଂଙ୍କ ନାମରେ ନାମିତ କରାଗଲେ ଏହା ତାଙ୍କ ପ୍ରତି ଏକ ବଡ ଶ୍ରଦ୍ଧାଞ୍ଜଳି ହେବ।

Leave A Reply