www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱସ୍ତରୀୟ ପ୍ରତିଯୋଗିତାରୁ ଓହରିଯିବା ନିଷ୍ପତ୍ତି ନେବା ପୂର୍ବରୁ ସରକାରଙ୍କ ସହ ପରାମର୍ଶ ଆବଶ୍ୟକ – କ୍ରୀଡ଼ାମନ୍ତ୍ରୀ

କୌଣସି ପ୍ରକାରର ବିଶ୍ୱସ୍ତରୀୟ ବଡ଼ କ୍ରୀଡ଼ା ପ୍ରତିଯୋଗିତାରୁ ଓହରିଯିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଦେଶର କ୍ରୀଡ଼ା ସଂଘଗୁଡ଼ିକ ସରକାରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରିବା ସକାଶେ ଆସନ୍ତା ବର୍ଷ ବିର୍ମିଙ୍ଗ୍‍ହାମ୍‍ଠାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ଓହରି ଯିବାପାଇଁ ଭାରତୀୟ ହକି ସଂଘର ନିଷ୍ପତ୍ତି ପରେ ଶ୍ରୀ ଠାକୁର ଏହି ମନ୍ତବ୍ୟ ଦେଇଛନ୍ତି।

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଶ୍ରୀ ଠାକୁର କହିଛନ୍ତି, କୌଣସି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ଟିମ୍‍ ହେଉଛି ଭାରତର ଟିମ୍‍। ଏଣୁ ପ୍ରତ୍ୟେକ କ୍ରୀଡ଼ାସଂଘଗୁଡ଼ିକ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରିବା ଉଚିତ। ସେ କହିଛନ୍ତି, ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଭାରତୀୟ ହକି ସଂଘ କେନ୍ଦ୍ର ସରକାର ଏବଂ କ୍ରୀଡ଼ା ବିଭାଗ ସହ ପରାମର୍ଶ କରିବାର ଆବଶ୍ୟକ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories