www.samajalive.in
Sunday, December 14, 2025
26.1 C
Bhubaneswar

ପାକିସ୍ତାନ ପରମାଣୁ ବୈଜ୍ଞାନିକ ଅବଦୁଲ କାଦିର ଖାନଙ୍କର ୮୫ ବର୍ଷ ବୟସରେ ଦେହାନ୍ତ

ପାକିସ୍ତାନର ଖ୍ୟାତନାମା ବୈଜ୍ଞାନିକ ଅବଦୁଲ କାଦିର ଖାନଙ୍କର ୮୫ ବର୍ଷ ବୟସରେ ପରଲୋକ ଘଟିଛି। ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ଜନକ ଭାବରେ ପରିଚିତ ବୈଜ୍ଞାନିକ ଅବଦୁଲ କାଦିର ଖାନଙ୍କ ଫୁସଫୁସ କାର୍ଯ୍ୟ କରିବା ବନ୍ଦ କରିଦେବା ଫଳରେ ତାଙ୍କର ଦେହାନ୍ତ ହୋଇଛି ବୋଲି ଗଣମାଧ୍ୟମ ସୂଚନା ଦେଇଛି। ଜିଓ ଟିଭି ନ୍ୟୁଜ୍ ଚ୍ୟାନେଲ ଅନୁଯାୟୀ, ଶନିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଇସଲାମାବାଦର କେଆରଏଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବାଦ ସରବରାହ ସଂସ୍ଥା ୟୁଏନଆଇ ଅନୁଯାୟୀ, ବୈଜ୍ଞାନିକ ଖାନ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଫୁସଫୁସରେ ରକ୍ତସ୍ରାବ ଆରମ୍ଭ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ବୋଲି ନ୍ୟୁଜ ଆଉଟଲେଟରେ ଦର୍ଶାଯାଇଛି। ୧୯୯୮ ମେ’ ମାସରେ ପାକିସ୍ତାନ ଆଣବିକ ପରୀକ୍ଷଣ କରିବା ପରେ ଅବଦୁଲ କାଦିର ଖାନ ଆନ୍ତର୍ଜାତିକ ସ୍ଥରରେ ପରିଚିତି ପାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories