ନେହେରା ଆରସିବିର ବୋଲିଂ ପ୍ରଶିକ୍ଷକ

0

ବେଙ୍ଗାଲୁରୁ : ଆଗାମୀ ଆଇପିଏଲ ପାଇଁ ଭାରତର ପୂର୍ବତନ ଫାଷ୍ଟ ବୋଲର ଆଶିଷ ନେହେରାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳର ବୋଲିଂ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଚଳିତବର୍ଷ ଆଇପିଏଲରେ ନେହେରା ଅବଶ୍ୟ ଆରସିବି ପାଇଁ ଏହି ଦାୟିତ୍ୱ ତୁଲାଇଥିଲେ। ତେବେ ଆରସିବି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭେଟୋରିଙ୍କ ସମେତ ଅନ୍ୟ ସପୋର୍ଟ ଷ୍ଟାଫ୍‍ଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା। ନିକଟରେ ଟିମ ଇଣ୍ଡିଆର ପୂର୍ବତନ ପ୍ରଶିକ୍ଷକ ଗ୍ୟାରୀ କର୍ଷ୍ଟନଙ୍କୁ ଆରସିବିର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିବାବେଳେ ନେହେରାଙ୍କ ଉପରେ ବୋଲିଂ ପ୍ରଶିକ୍ଷଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଆଗାମୀ ଆଇପିଏଲରେ କର୍ଷ୍ଟନ, ନେହେରା ଓ ଅଧିନାୟକ ବିରାଟ କୋହଲି ମିଳିତଭାବେ ଉନ୍ନତ ପ୍ରଦର୍ଶନ ଜାରି ରଖିବେ ବୋଲି ଆରସିବି ଅଧ୍ୟକ୍ଷ ସଞ୍ଜୀବ ଚୁଡିୱାଲା ଆଶାବ୍ୟକ୍ତ କରିଛନ୍ତି।

Leave A Reply