www.samajalive.in
Wednesday, December 10, 2025
14.1 C
Bhubaneswar

ଅର୍ଥ ଲଗାଣକାରୀ ସଂସ୍ଥାରୁ ଲୁଟ ଘଟଣାରେ ୩ ଗିରଫ

ଚୌଦ୍ୱାର : ଚୌଦ୍ୱାରସ୍ଥିତ ଭାରତ ଫାଇନାନ୍ସ ଇନକ୍ଲୁଜନ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ଲକରରୁ ଗତ ବୁଧବାର ରାତିରେ ହୋଇଥିବା ଲୁଟ ଘଟଣାରେ ଚୌଦ୍ୱାର ପୁଲିସ ୩ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଢ଼େଙ୍କାନାଳ ଜିଲା ମଟଙ୍ଗାଥାନା ନଧରା ଗ୍ରାମର ସୂର୍ଯ୍ୟକାନ୍ତ ସାମଲ(୨୧), ଢ଼େଙ୍କାନାଳ ସଦରଥାନା କେଶରିଆ ଗ୍ରାମର ଅଭୟ ମହାରାଣା ଓରଫ କାଳିଆ ଏବଂ କଟକ ଜିଲା ଆଠଗଡ଼ ଥାନା ବୁଢ଼ିଆ ପାଟଣା ଗ୍ରାମର ରାକେଶ କୁମାର ରାଉତ (୨୫) । ସେମାନଙ୍କ ନିକଟରୁ ଲୁଟ ହୋଇଥିବା ମୋଟ ୬ଲକ୍ଷ ୩୦ହଜାର ଟଙ୍କା ପୁଲିସ ଜବତ କରିଛି । ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଅନୁଯାୟୀ ଚୌଦ୍ୱାରସ୍ଥିତ ଭାରତ ଫାଇନାନ୍ସର ମ୍ୟାନେଜର ଅଶୋକ କୁମାର ସାହୁ ଗତ ଗୁରୁବାର ଦିନ ଥାନାରେ ଅଭିଯୋଗ କରିଥିଲେ ଯେ, ଚୌଦ୍ୱାର ଶାଖାରେ ଥିବା ଲକରରେ ରଖା ଯାଇଥିବା ୬ଲକ୍ଷ ୩୦ ହଜାର ଟଙ୍କାକୁ କେହି ଚୋରାଇ ନେଇଛି । ଗୁରୁବାର ଦିନ ସେ ଲକର ତନଖି କାରିବାରେ ସେ ଏହା ଜାଣିବାକୁ ପାଇଥିଲେ । ଅଭିଯୋଗ ପାଇ ଥାନା ଏସଆଇ ପାର୍ଥ ପ୍ରତିମ ବେଉରା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବୁଧବାର ରାତିରେ ବ୍ୟାଙ୍କର କର୍ମଚାରୀ ଅକ୍ଷୟ କୁମାର ଦାସ, ବିଜୟ କୁମାର ଦାସ, ସୂର୍ଯ୍ୟକାନ୍ତ ସାମଲ ଏବଂ ରାମଚନ୍ଦ୍ର ବାରିକ୍ ଶାଖା କାର୍ଯ୍ୟାଳୟ ଭିତରେ ଶୋଇଥିବା ଜଣା ପଡ଼ିବା ପରେ ତଦନ୍ତକାରୀ ଅଧିକାରୀ ବ୍ରାଞ୍ଚ କର୍ମଚାରୀ ସୂର୍ଯ୍ୟକାନ୍ତ ଓ ତାର ଜଣେ ସହଯୋଗୀ ରାକେଶକୁ ଧରିଆଣି ପଚରା ଉଚରା କରିବାରେ ସେମାନେ ଟଙ୍କା ଲୁଟ କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ । ଏହି ଲୁଟର ମୁଖ୍ୟ ଷଡ଼ଯନ୍ତ୍ରକାରୀ ରାକେଶ ବୋଲି ଜଣା ପଡ଼ିଛି । ପୁଲିସ୍ ରାକେଶ ଓ ସୂର୍ଯ୍ୟକାନ୍ତ ପାଖରୁ ପ୍ରତ୍ୟେକ ୨ଲକ୍ଷ ୫୦ ହଜାର ଟଙ୍କା,ଏବଂ ଅଭୟ ନିକଟରୁ ୧ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ସେମାନଙ୍କ ପୁରୁଣା ଅପରାଧିକ ସଂପୃକ୍ତି ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories