www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱ ଅଣ୍ଡା ଦିବସ ପାଳିତ

ବୋୖଦ୍ଧ: ସ୍ଥାନୀୟ ବୋୖଦ୍ଧ ହାତୀଶାଳ ସ୍ଥିତ କୃଷକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୨୫ ତମ ବିଶ୍ବ ଅଣ୍ଡା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ଅମିତାଭ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏକ ସଚେତନତା କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଓ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା ପ୍ରଫୁଲ୍ଲ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲା ରେ ଅଣ୍ଡା ଦିଆ କୁକୁଡ଼ା ପାଳନ ମାଧ୍ୟମ ରେ ସ୍ୱାଵଲମ୍ବୀ ହେବା ସହିତ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଈଁ ଗୁରୁତ୍ୱାରୋପ କରିଥିଲେ ଏବଂ ସିଡିଭିଓ ଡା ପଣ୍ଡା ଅଣ୍ଡାର ଗୁଣବତ୍ତା ଓ ପୋୖଷ୍ଟିକ ତତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ସ୍ୱୟଂ ସହାୟକ ଦଳ ମାଧ୍ୟମରେ ଅଣ୍ଡା ଦିଆ କୁକୁଡ଼ା ପାଳନ କରି ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଥିବା ମା’ ପୀତାବଳୀ ଓ ବାଙ୍କିମୁଂଡ଼ୀ ସ୍ୱୟଂ ସହାୟକ ଦଳକୁ ଜିଲ୍ଲାପାଳ ମହୋଦୟ ପ୍ରମାଣ ପତ୍ର ସହିତ ସମ୍ମାନୀତ କରିଥିଲେ ଓ ସରକାରଙ୍କ କୋଭିଡ଼ ଯୋଜନା ରେ ଵ୍ରୟଲର ଓ ଅଣ୍ଡା ଦିଆ କୁକୁଡ଼ା ପାଳନ ପାଇଁ ଚାଷୀଙ୍କୁ କାର୍ୟ୍ୟାଦେଶ ପ୍ରଦାନ କରିଥିଲେ। ଆୟୋଜିତ ସଭାରେ ଦୁଇ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା ପଭାସ କୁମାର ବେହେରା ଓ ନିରୋଦ ଚନ୍ଦ୍ର କଂହରଙ୍କ ସମେତ ଜିଲ୍ଳାର ସମସ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ଓ କୁକୁଡ଼ା ଚାଷୀମାନେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡା ସଂଘମିତ୍ରା ପ୍ରାମାଣିକ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ଓ ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡା ପ୍ରିୟଵ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories