ବିଏସ୍‍ଏନ୍‍ଏଲ୍‍ର ବମ୍ପର ପ୍ଲାନ୍‍; ୭୫ ଟଙ୍କାରେ ଅସୀମିତ କଲ, ୧୦ ଜିବି ଡାଟା

0

ନୂଆଦିଲ୍ଲୀ : ଏୟାରଟେଲ ଏବଂ ରିଲାଏନ୍ସ ଜିଓର ମୁକାବିଲା ପାଇଁ ଭାରତୀୟ ଦୂରସଂଚାର ନିଗମ (ବିଏସ୍‍ଏନ୍‍ଏଲ୍‍) ଏକ ଧମାକାଦାର ପ୍ରିପେଡ୍‍ ପ୍ଲାନ୍‍ ବଜାରକୁ ଛାଡ଼ିଛି। ଏହି ପ୍ଲାନ୍‍ରେ ମାତ୍ର ୭୫ ଟଙ୍କା ରିଚାର୍ଜ କରି ଉପଭୋକ୍ତା ୧୦ ଜିବି ଡେଟା ଏବଂ ଅସୀମିତ ଭଏସ୍‍ କଲର ସୁବିଧା ପାଇପାରିବେ। ଏହି ପ୍ଲାନ୍‍ର ଅବଧି ୧୫ ଦିନ ରହିଛି। ଅର୍ଥାତ ୭୫ ଟଙ୍କାରେ ଲୋକେ ୧୫ ଦିନ ପାଇଁ ଅସୀମିତ ଭଏସ୍‍ କଲ ଏବଂ ୧୦ ଜିବି ଡାଟା ପାଇବେ। ଏହାସହ ୫୦୦ ଏସ୍‍ଏମ୍‍ଏସ୍‍ର ସୁବିଧା ମଧ୍ୟ ଉପଲବ୍ଧ ରହିଛି। ବିଏସ୍‍ଏନ୍‍ଏଲ ଉପଭୋକ୍ତା ଏହା ଉପରେ ଅତିରିକ୍ତ ରିଚାର୍ଜ କରି ଅବଧିକୁ ୯୦ ଦିନ କିମ୍ବା ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ଅବଧି (ଭ୍ୟାଲିଡିଟି) ୯୦ ଦିନ ବୃଦ୍ଧି ପାଇଁ ଅନ୍ୟୁନ୍‍ ୯୮ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ସେହିପରି ବିଏସ୍‍ଏନ୍‍ଏଲର ୭୪ ଦିନିଆ ୩୯୯ ଟଙ୍କିଆ ପ୍ଲାନ୍‍ ଉପଲବ୍ଧ ରହିଛି। ଏହି ପ୍ଲାନ୍‍ରେ ଦିନକୁ ୧.୫ ଜିବି ଡାଟା ଏବଂ ଅସୀମିତ ଭଏସ୍‍ କଲ ସୁବିଧା ରହିଛି।

Leave A Reply