www.samajalive.in
Sunday, December 7, 2025
26.1 C
Bhubaneswar

ସଠିକ ସୂଚନା ଓ ପରାମର୍ଶ କୃଷି କ୍ଷେତ୍ରରେ ସଫଳତା ଆଣିଦେଇଛି

ଭୁବନେଶ୍ୱର: କେବଳ ଜମିକୁ ଚାଷକରି ବିହନ ବୁଣିଦେଲେ ଅଥବା ତଳି ରୋଇଦେଲେ ହେବନାହିଁ; କୃଷି ଜଳବାୟୁ, ପାଗ ପରିସ୍ଥିତି, ମୃତ୍ତିକାର ମାନ, ତଦନୁଯାୟୀ ବିହନ ବାଛିବା ଏବଂ ଆବଶ୍ୟକ ସମୟରେ ଜଳସେଚନ, ଖତ ସାର, କୀଟନାଶକ ଆଦିର ପ୍ରୟୋଗ ସହିତ ସଠିକ ସମୟରେ ଅମଳ କରିବା ଏବଂ ଅମଳ କରାଯାଇଥିବା ଫସଲକୁ ଯନôର ସହିତ ଗଚ୍ଛିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାପରେ ଆସୁଛି ବିକ୍ରିବଟା । ସେ ସମ୍ପର୍କରେ ଜାଣିବା ମଧ୍ୟ ନିତାନ୍ତ ଜରୁରୀ । କୃଷି ସମ୍ପର୍କିତ ସଠିକ ସୂଚନା ଓ ପରାମର୍ଶ ପାଇବା ପୂର୍ବରୁ ଜଣେ ଚାଷୀଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି କିଭଳି ଥିଲା ଏବଂ ଏହା ପାଇବା ପରେ ତାଙ୍କ ଜୀବନରେ କିଭଳି ପରିବର୍ତ୍ତନ ଘଟିଛି ତାହାର ଜଣେ ଉଦାହରଣ ହେଉଛନ୍ତି ଗଣେଷ ମହାକୁଲ । ୨୯ ବର୍ଷ ବୟସ୍କ ଏହି ଯୁବଚାଷୀ ବରଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଶଙ୍କରପୁର ଗ୍ରାମର ବାସିନ୍ଦା । ଚାରିଜଣ ସଦସ୍ୟ ବିଶିଷ୍ଟ ତାଙ୍କ ପରିବାର ନିକଟରେ ମୋଟ ୨ ଏକର ଜମି ରହିଛି । ତାଙ୍କ ବାପା ଜଣେ ଚାଷୀ । ସେ ଚାଷ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ବାପାଙ୍କ ପରାମର୍ଶକ୍ରମେ ଗଣେଷ ମଧ୍ୟ ଚାଷକୁ ନିଜର ବୃତ୍ତି ଭାବରେ ଗ୍ରହଣ କଲେ । କିନ୍ତୁ ଚାଷବାସରେ ତାଙ୍କର ଅଭିଜ୍ଞତା ନଥିବାରୁ ସେ ସେଥିରେ ସଫଳତା ପାଇପାରୁନଥିଲେ । ଜଣେ ଯୁବକ ହୋଇଥିବାରୁ ଚାଷଜମିରେ ନୂତନ କୌଶଳ ଓ ବୈଜ୍ଞାନିକ ପଦ୍ଧତି ଉପଯୋଗ କରିବା ତାଙ୍କର ଉଦେ୍ଦଶ୍ୟ ଥିଲା ।
ଦୁଇବର୍ଷ ତଳେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଣେଷଙ୍କ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେଠାକୁ ଯିବା ପରେ ସେ ଚାଷୀମାନଙ୍କ ପାଇଁ ରହିଥିବା ବହୁବିଧ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବାକୁ ପାଇଲେ । ଉକ୍ତ ସଂସ୍ଥା ଚାଷୀଙ୍କ ନିକଟରେ କୃଷି ସୂଚନା ଓ ପରାମର୍ଶ ସଠିକ ସମୟରେ ପହଞ୍ଚାଉଥିବା ସେ ଲକ୍ଷ୍ୟକଲେ । ଚାଷୀମାନେ ସେମାନଙ୍କ ନିକଟରୁ ଆବଶ୍ୟକ ପରାମର୍ଶ ପାଉଥିବା ସେ ଜାଣିବାକୁ ପାଇଲେ । ଏପରିକି ହ୍ୱାଟ୍‌ସଆପ, ଫୋନ ଯୋଗେ ଏବଂ ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ସହିତ ସିଧାସଳଖ ମଧ୍ୟ କଥା ହୋଇପାରିବେ ବୋଲି ତାଙ୍କୁ ବୁଝାଇ ଦିଆଯାଇଥିଲା । ପୂର୍ବରୁ ସେ ୧.୫ ଏକର ଜମିରେ ଧାନ ଚାଷ ଏବଂ ଅବଶିଷ୍ଟ ଅଧ ଏକର ଜମିରେ ପନିପରିବା, ମୁଗ, ବିରି ଆଦି ଫସଲ କରି ପରିବାର ଚଳାଉଥିଲେ । କିନ୍ତୁ ଉକ୍ତ ଟିମ୍‌ର ପରାମର୍ଶ ନେଇ ସେ ଗତବର୍ଷ ୧ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଥିଲେ । ସେଥିପାଇଁ ତାଙ୍କୁ ୨ କିଲୋଗ୍ରାମ ବିହନ କିଣିବାକୁ ପଡିଥିଲା । ସେହି ଜମିରୁ ସେ ୨.୫ କୁଇଣ୍ଟାଲ ସୂର୍ଯ୍ୟମୁଖୀ ମଞ୍ଜି ଅମଳ କରିଥିଲେ । ସେଥିରୁ ସେ ୧୧୦ ଲିଟର ତେଲ ବାହାର କରିଥିଲେ । ତେଲ ଲିଟର ପିଛା ୧୭୦ ଟଙ୍କାରେ ବିକ୍ରି କରି ସେ ୧୫ ହଜାର ୩୦୦ ଟଙ୍କା ଆୟ କରିଥିଲେ । ଚଳିତ ବର୍ଷ ଧାନ ଅମଳ ପରେ ସେ ଦେଢ ଏକର ଜମିରେ ସୂର୍ଯ୍ୟମୁଖ୍ୟ ଚାଷ କରିବା ଯୋଜନା କରିଛନ୍ତି । ମୋଟ ଉପରେ କହିଲେ କୃଷି ସମ୍ପର୍କିତ ସଠିକ ସୂଚନା ଓ ପରାମର୍ଶ ତାଙ୍କ ପାଇଁ କୃଷି କାର୍ଯ୍ୟ ପରିଚାଳନା ଓ ଅର୍ଥ ଉପାର୍ଜନ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories