www.samajalive.in
Sunday, December 14, 2025
26.1 C
Bhubaneswar

ତପସ୍ୟାରୁ ଉଠୁ ନାହାନ୍ତି ମହିଳା, ଫେରି ଆସିଲେ ତହସିଲଦାର

ନବରଙ୍ଗପୁର: ଅନ୍ଧବିଶ୍ୱାସରେ ବଶୀଭୂତ ହୋଇ ଆଜକୁ ୫ ଦିନ ହେବ ଜଙ୍ଗଲ ମଧ୍ୟରେ ଭୋକ ଉପାସରେ ଏକ ପଥର ତଳେ ତପସ୍ୟାରେ ବସି ରହିଅଛି ଜଣେ ମହିଳା। ୭ ଦିନ ତପସ୍ୟା କରିବାକୁ କୁଆଡେ ସ୍ୱପ୍ନାଦେଶ ହୋଇଛି ଓ ୭ ଦିନ ପରେ ସିଦ୍ଧି ଲାଭ ହେବ, ସେହି ବିଶ୍ୱାସରେ ଦିନରାତି ଜଙ୍ଗଲ ମଧ୍ୟରେ ତପସ୍ୟା କରୁଛନ୍ତି ମହିଳା। ଖବର ପ୍ରସାରଣ ପରେ ଆଜି ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାପଡାହାଣ୍ଡି ତହସିଲଦାର ଆଜି ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ହେଁ ସେ ରାଜି ହୋଇନଥିଲେ।

ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ଘଟଣାସ୍ଥଳକୁ ଯାଇ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇ ଫେରିଯାଇଛନ୍ତି। ଶ୍ରୀ ଭୋଇ ସେମାନଂକୁ ବହୁତ ବୁଝାଇବା ପରେ ମଧ୍ୟ ତା ସ୍ୱାମୀ ଓ କିଛି ତାଙ୍କ ଲୋକ ମାନିଲେ ନାହିଁ, ଓଲଟା ଆଉ ୨ ଦିନ ପରେ ତାଙ୍କ ତପସ୍ୟା ପୂର୍ଣ୍ଣ ହେଲେ ସେଠାରୁ ଉଠିବେ ବୋଲି କହିଲେ। ଯଦି ମହିଳାଙ୍କର କଣ ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ତହସିଲଦାର ବୁଝାଇ ଥିଲେ ହେଁ ସେମାନେ ବୁଝିବାକୁ ନାରାଜ ହେବାରୁ ସେଠାରୁ ଫେରି ଆସିଥିବା କହିଛନ୍ତି ତହସିଲଦାର। ଆସନ୍ତା କାଲି ପୋଲିସ ଆଉ ଡାକ୍ତରଙ୍କ ସହ ଏକ ଟିମ ଘଟଣାସ୍ଥଳକୁ ଯାଇ ମହିଳାଙ୍କୁ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories