www.samajalive.in
Saturday, December 13, 2025
26.1 C
Bhubaneswar

ରାଜନଗରରେ ବିଜେଡିର ସଫେଇ ଅଭିଯାନ

ଆଠଗଡ: ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀଠାର ଏକମାସ ବ୍ୟାପୀ ସମଗ୍ର ରାଜ୍ୟରେ ଚାଲିଥିବା ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନର ଅଂଶବିଶେଷ ଭାବେ ଆଠଗଡ ବିଜେଡି ପକ୍ଷରୁ ମଙ୍ଗଳବାର ରାଜନଗର ଗ୍ରାମରେ ସଫେଇ ଅଭିଯାନ ଓ ସ୍ୱଚ୍ଛତା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଠଗଡ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ୱରେ ଦଳୀୟ ନେତା ଓ ଶତାଧିକ କର୍ମୀ ରାଜନଗର ପଞ୍ଚାୟତରେ ଥିବା ବିଦ୍ୟାଳୟ, ମନ୍ଦିର ଓ ରାସ୍ତାଘାଟ ଆଦି ବ୍ୟାପକ ସଫେଇ କରିବା ସହିତ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ।

ଏହି ଅବସରରେ ସଭାପତି ଶ୍ରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ପଥପ୍ରାନ୍ତ ସଭାରେ ଯୋଗଦେଇଥିବା ଦଳର ନେତାମାନେ ଏକ ସ୍ୱଚ୍ଛ ପରିବେଶ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟର ବିଜେଡି ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। କଟକ ଜିଲ୍ଲା ବିଜେଡି ଉପସଭାପତି ନୃସିଂହଚରଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ପୂର୍ବତନ ସରପଞ୍ଚ ଅଶୋକ ରାଉତ, କଟକିଆସାହି ପଞ୍ଚାୟତର ଦଳୀୟ ସଭାପତି ଦେବରାଜ ପ୍ରଧାନ, ରାଜନଗର ସଭାପତି କ୍ଷୀରୋଦ ସାହୁ, ରାଜନଗର ସରପଞ୍ଚ ମହେନ୍ଦ୍ର ପରିଡା, ସମିତି ସଭ୍ୟ ବିବିନ୍ଦ୍ର ରଣା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories