www.samajalive.in
Saturday, December 6, 2025
23.1 C
Bhubaneswar

ନକଲି ବନ୍ଧୁକଧାରୀ ଅସଲି ଚୋରଙ୍କୁ କାବୁ କଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଦ୍ମଗିରି ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦେଶ୍ୟ ନେଇ ପଶି ଆସିଥିଲେ । ଚୋ ମାନେ ପଦ୍ମଗିରି ଗ୍ରାମରେ ପଶି ଚୋରି କରିବାକୁ ଯାଉଥିବା ବେଳେ ଗ୍ରାମର କିଛି ଲୋକ ଏହି ଚୋର ଗ୍ୟାଙ୍ଗକୁ ଦେଖି ଏମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେହି ଚୋରମାନଙ୍କ ନିକଟରେ ନକଲି ବନ୍ଧୁକ ଥିବାରୁ ସେହି ନକଲି ବନ୍ଧୁକ ଦେଖାଇ ଚୋରମାନେ ଖସି ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ୭ ଜଣ ଚୋରଙ୍କ ମଧ୍ୟରୁ ୪ ଜଣ ଖସି ପଳାଇଥିବା ବେଳେ ତିନି ଜଣ ଚୋର ଗ୍ରାମବାସୀଙ୍କ ଦ୍ବାରା ଧରା ପଡିଥିଲେ । ଗ୍ରାମବାସୀମାନେ ସେହି ତିନିଜଣ ଚୋରଙ୍କୁ ଅଟକାଇ ମାଡ ମାରିବା ସହ ସେମାନଙ୍କ ନିକଟରେ ଥିବା ୩ ଟି ବନ୍ଧୁକ ଜବତ କରିଥିଲେ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ସେହି ଚୋରମାନଙ୍କୁ ଗାଁରୁ ଆଣି ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories