www.samajalive.in
Saturday, December 13, 2025
26.1 C
Bhubaneswar

ମଝି ଆକାଶରେ ସନ୍ତାନ ଜନ୍ମ

ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳା ଶେଷରେ ବିମାନ ମଧ୍ୟରେ ମଝି ଆକାଶରେ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଦିନ ଏହି ଘଟଣା ଘଟିଛି । ଏୟାର ଇଣ୍ଡିଆର ଏକ ବିମାନ ଲଣ୍ଡନକୁ କୋଚିନକୁ ଆସୁଥିବାବେଳେ ସନ୍ତାନ ଜନ୍ମ ହୋଇଥିଲା । ସେହି ସମୟରେ ବିମାନ ମଧ୍ୟରେ ଉପସ୍ଥିତ ଥିବା ଦୁଇଜଣ ଡାକ୍ତର ଏବଂ ଚାରିଜଣ ନର୍ସ ମହିଳାଙ୍କର ପ୍ରସବ କରାଇଥିଲେ । ସେମାନଙ୍କୁ ବିମାନର କର୍ମଚାରୀମାନେ ସହଯୋଗ କରିଥିଲେ । ନବଜାତକଟି ଏକ ପୁତ୍ର ସନ୍ତାନ ବୋଲି ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ବିମାନଟି ମଝି ଆକାଶରେ ଥିବାବେଳେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ସଙ୍ଗେସଙ୍ଗେ ବିମାନ କର୍ମଚାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ସେମାନେ ସେହି ବିମାନରେ ଯାତ୍ରା କରୁଥିବା ଡାକ୍ତର ଓ ନର୍ସଙ୍କର ସହଯୋଗ ଲୋଡିଥିଲେ । ସମସ୍ତଙ୍କ ଉଦ୍ୟମରେ ମହିଳା ଜଣକ ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ମା ଓ ନବଜାତକକୁ ତୁରନ୍ତ ଅଧିକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିମାନକୁ ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା । ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଏୟାର ଇଣ୍ଡିଆର କର୍ମଚାରୀମାନେ ତୁରନ୍ତ ଦୁହିଁଙ୍କୁ ହାସପାତାଳକୁ ସ୍ଥାନାନ୍ତର କରିଥିଲେ । ଦୁଇଜଣ ଏବେ ସୁସ୍ଥ ଅଛନ୍ତି ଏବଂ ସେମାନେ ଖୁବଶୀଘ୍ର ନିଜ ଘରକୁ ଫେରିବେ ବୋଲି ଜଣାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories