www.samajalive.in
Sunday, December 14, 2025
23.1 C
Bhubaneswar

ନୂଆଗାଁରେ ବିଜେଡ଼ି ପକ୍ଷରୁ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତର ନୂଆଗାଁ ଗ୍ରାମରେ ଆଜି ବିଜେଡି ପକ୍ଷରୁ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ବିଜେଡ଼ି ଦଳ ତରଫରୁ ବିଭିନ୍ନ ପ୍ରକାରର ସାମାଜିକ ସେବା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ପାଟଣା ବ୍ଲକର ଯୁବ ବିଜେଡ଼ି ଏବଂ ଛାତ୍ର ବିଜେଡ଼ି ପକ୍ଷରୁ ଖିରେଇଟାଙ୍ଗିର ପଞ୍ଚାୟତର ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ସଫେଇ କାର୍ଯ୍ୟ କରାଯାଇଛିl

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରେଇ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, ବିଜେଡ଼ି ଅନୁସୂଚିତ ଜାତି ସେଲର ଜିଲା ଅଧକ୍ଷ ଭରତ ପାତ୍ର, ପାଟଣା ବ୍ଲକ ଯୁବ ସଭାପତି ରଘୁବର ମହାନ୍ତ, ଛାତ୍ର ସଭାପତି ଅଭିଜିତ ରଣା, ଯୁବ ସମାଜସେବୀ ରତନ ସେଠୀ, ସୁକାନ୍ତି ମହାନ୍ତ, ରମେଶ ନାଏକ, ଦୀପକ ମଣ୍ଡଳ, ରାଜୁ ମହାନ୍ତ, ରୁନା ନାଏକଙ୍କ ସହ ବିଜେଡିର ବହୁ ବରିଷ୍ଟ, ଯୁବ ଓ ଛାତ୍ର ସାମିଲ ଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories