www.samajalive.in
Saturday, December 6, 2025
26.1 C
Bhubaneswar

ମାନିଲେ ଯୋଗୀ ସରକାର; ରାହୁଲ ଓ ପ୍ରିୟଙ୍କାଙ୍କୁ ଲକ୍ଷ୍ମୀପୁର ଯିବାକୁ ମିଳିଲା ଅନୁମତି

ଲକ୍ଷ୍ନୌ: ଲକ୍ଷ୍ମୀପୁରର ଖେରି ଘଟଣାକୁ ନେଇ ଚାଲିଥିବା ରାଜନୈତିକ ଝଡ଼ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖେରି ଯିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁମତି ଦେଇଛନ୍ତି ଯୋଗୀ ସରକାର। ରାହୁଲଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ ୩ ଜଣଙ୍କୁ ଖେରି ଯିବାକୁ ଉତ୍ତରପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ଜଣାପଡ଼ିଛି। ତେଣୁ ଏବେ ଲକ୍ଷ୍ମୀପୁର ଯିବାକୁ ରାହୁଲ ଦିଲ୍ଲୀରୁ ବାହାରିଛନ୍ତି। ଖେରି ଯାଇ ଦୁଇ ପୀଡ଼ିତ ପରିବାରଙ୍କୁ ଭେଟିବେ ରାହୁଲ ଓ ପ୍ରିୟଙ୍କା।

ଗତକାଲି ରାହୁଲ ଗାନ୍ଧୀ ଓ କଂଗ୍ରେସର ଏକ ପ୍ରତିନିଧି ଦଳ ଲକ୍ଷ୍ମୀପୁର ଖେରି ଯାଇ ପୀଡ଼ିତ ପରିବାରଙ୍କୁ ଭେଟିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲେ କିନ୍ତୁ ଉତ୍ତରପ୍ରଦେଶ ସରକାର ଏହାକୁ ନାକଚ କରିଦେଇଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରବିବାର ଲକ୍ଷ୍ମୀପୁରରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ଲକ୍ଷ୍ମୀପୁର ଖେରିରେ ଧାରା ୧୪୪ ଲାଗୁ କରିଥିଲା। କୃଷକ ସଂଗଠନ ବ୍ୟତୀତ କୌଣସି ଦଳର ନେତା ସେଠାକୁ ଯିବାକୁ ଅନୁମତି ନଥିଲା। ପ୍ରିୟଙ୍କା ଗାନ୍ଧୀ, ଅଖିଳେଶ ଯାଦବ, ସଞ୍ଜୟ ସିଂହ ପ୍ରମୁଖ ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନଙ୍କୁ ବିଭିନ୍ନ ସ୍ଥାନରେ ଗିରଫ କରାଯାଇଥିଲା। ପରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ସୀତାପୁରରେ ରଖାଯାଇଥିଲା।

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories