www.samajalive.in
Sunday, December 7, 2025
14.1 C
Bhubaneswar

ଛେଳି ଓ ମେଣ୍ଢା ପାଳନ ପାଇଁ ଦକ୍ଷତା ତାଲିମ ଶିବିର 

ହରଭଙ୍ଗା : ମଙ୍ଗଳବାର ବୌଦ୍ଧ ପ୍ରାଣିଚିକିତ୍ସା ବିଭାଗ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକସ୍ଥିତ କୃଷିବିଭାଗର ଏଫ.ଆଈ.ସି କାର୍ଯ୍ୟାଳୟ ପରିସରରେ ଛେଳି ଓ ମେଣ୍ଢା ପାଳନ ପାଇଁ ଏକ ତିନିଦିନିଆ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ନୋଡାଲ ଅଫିସର ସଂଘମିତ୍ରା ପରମାଣିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ସି.ଡି.ଭି.ଓ ଅମିତାଭ ପଣ୍ଡା,ଏସ.ଡି.ଭି.ଓ ପ୍ରଫୁଲ କୁମାର ନାଏକ,ବାଉଁଶୁଣୀ ପ୍ରାଣୀ ଚିକିତ୍ସାଅଧିକାରୀ ପ୍ରିୟବ୍ରତ ବେହେରାଙ୍କ ସହିତ କୋଡିଏ ଜଣ ଛେଳି ,ମେଣ୍ଢା ପାଳନ କରୁଥିବା ଚାଷୀ ଏହି ଶିବିରରେ ଯୋଗଦାନ କରିଥିଲେ। ଚାଷିଙ୍କୁ ଛେଳି ,ମେଣ୍ଢା ପାଳନ ପାଇଁ ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ମାତ୍ର ଏହି ଶିବିରରେ ବ୍ଲକର ୨୨ପଂଚାୟତରୁ ଜଣେ ଜଣେ ସଫଳ ପଶୁପାଳନ କରୁଥିବା ଚାଷୀଙ୍କୁ ତାଲିମ ଶିବିରକୁ ଡକା ଯାଇନଥିଲା।  ଯାହାଫଳରେ ବହୁ ସଫଳ ଚାଷୀ ଏହି ସୁବିଧାରୁ ବଂଚିତ ହୋଇଥିବା ଜଣାପଡିଛି। ଏହି ଶିବିିରରେ ସବୁ ପଂଚାୟତର ଜଣେ ଜଣେ ଚାଷୀଙ୍କୁ ସାମିଲ କରିବା ପାଇଁ ଚାଷୀ ମହଲରୁ ଦାବୀ ଉଠୁଛି। ଅନ୍ୟପଟେ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରା ଯାଇନଥିଲା।  ଏଥିପ୍ରତି ବିଭାଗୀୟ ମୁଖ୍ୟ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି। ସୂଚନା ଥାଉ କି ଗତ କିଛିଦିନ ତଳେ ବ୍ଲକର ପୁରୁଣାକଟକଠାରେ ମଧ୍ୟ ଏଭଳି ଏକ ଦୁଇଦିନିଆ ଶିବିରର ଆୟୋଜନ ହୋଇଥିଲା। ଗୋଟିଏ ଦିନ କାର୍ଯ୍ୟକ୍ରମରେ ପରେ ଶିବିରକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଚାଷି ତାଲିମରୁ ବଂଚିତ ହେବା ସହିତ ଚାଷୀଙ୍କ ଉଦେଶ୍ୟରେ ଆସୁଥିବା ସରକାରୀ ଅନୁଦାନର ବାଟମାରଣା କରାଯାଉଥିବା ଚାଷୀ ମହଲରୁ ଅଭିଯୋଗ ହୋଇଛି। ଏ ସର୍ମ୍ପକରେ ବୌଦ୍ଧ ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ଅମିତାଭ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଏ ବିଷୟରେ ମୋ ନଜରକୁ ଆସିବା ପରେ ମୁଁ ନୋଡାଲ ଅଫିସରଙ୍କୁ ଚିଠି କରି ଉତର ମାଗିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories