www.samajalive.in
Saturday, December 13, 2025
26.1 C
Bhubaneswar

ଅଭିନବ ଉପାୟରେ ସୁନା ଚେନ ଲୁଟ

ସାକ୍ଷୀଗୋପାଳ : ଅଭିନବ ଉପାୟରେ ମହିଳାଙ୍କ ଠାରୁ ସୁନାଚେନ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ଅଳଗୁମ ରାସ୍ତାର ଗଙ୍ଗାଧର ବିହାରୀ କଲୋନୀରେ ଏକ ଅଭିନବ ଠକେଇ ହୋଇଯାଇଛି। ଗତକାଲି ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ୨ ଜଣ ଯୁବକ ଏକ ଅପାଚି ମୋଟର ସାଇକେଲରେ ଏହି କଲୋନୀକୁ ଆସିଥିଲେ । ଯୁବକ ୨ ଜଣ ୨ ଜଣଙ୍କ ଦୁଆରେ ଡାକିଥିଲେ ।୨ ଘରୁ ୨ ଜଣ ମହିଳା ଆସିଥିଲେ । ଯୁବକ ଦ୍ବୟ ମହିଳା ୨ ଜଣଙ୍କୁ ଆମେ କମ୍ପାନୀରୁ ଆସିଅଛୁ ବୋଲି କହିଥିଲେ । ବିନା ମୂଲ୍ୟରେ ସମସ୍ତ ଧାତବ ଦ୍ରବ୍ୟ ସଫା କରିଦେବୁ ବୋଲି କହିଥିଲେ । ମହିଳା ଦ୍ବୟ ଚାରି ହଳ ପାଉଜି ସଫା କରିବା ନିମନ୍ତେ ଦେଇଥିଲେ । ଯୁବକ ଦ୍ବୟ ପାଉଜି ଚାରି ହଳ ସଫା କରି ଦେଇଥିଲେ । ଏହାପରେ ବିଭିନ୍ନ ପ୍ରକାର ମନୋମୁଗ୍ଧକର କଥା ଓ ପ୍ରଲୋଭନ ଦେଖାଇ ମହିଳା ଦ୍ଵୟଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ । ମହିଳା ଦ୍ବୟ ୨ ଗୋଟି ସୁନା ଚେନ ସଫା କରିବା ନିମନ୍ତେ ଦେଇଥିଲେ ।  ଯୁବକ ଦ୍ବୟ ସଫା କରିବା ନିମନ୍ତେ ସୁନା ଚେନ ଦୁଇଟିକୁ ୨ ଗୋଟି ଡବାରେ ପକାଇଥିଲେ । ଏହି ସମୟରେ ମହିଳା ଦ୍ଵୟଙ୍କ ସାମନାରେ ଚତୁରତାର ସହିତ ସୁନା ଚେନ ଥିବା ଡବା ଦୁଇଟିକୁ ବଦଳାଇ ସେହିପରି ଆଉ ୨ ଗୋଟି ଡବା ମହିଳା ଦ୍ବୟଙ୍କୁ ଦେଇଥିଲେ । ପ୍ରାୟ ୪୫ ମିନିଟ ପରେ ଡବା ଭିତରେ ଥିବା ସୁନା ଚେନ ସଫା ହୋଇଯିବ ବୋଲି କହିଥିଲେ । ସଫା କରିବା ମଜୁରୀ ବାବଦକୁ ୧୦୦ ଟଙ୍କା ନେଇଥିଲେ।
୪୫ ମିନିଟ ପରେ ମହିଳା ଦ୍ବୟ ଡବା ଖୋଲିଥିଲେ । ଡବାରେ ସୁନା ଚେନ ବଦଳରେ ଗୋଡି ରହିଥିଲା । ମହିଳା ଦ୍ବୟ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ ।
ରାତି ପ୍ରାୟ ୮ ଟା ସମୟରେ ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି।   ପୁଲିସ ତରଫରୁ ତଦନ୍ତ ଆରମ୍ଭ ହୋଇଛି ।
ସତ୍ୟବାଦୀ ଥାନା ତରଫରୁ କୌଣସି ଅଜଣାଅଶୁଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି ପ୍ରଲୋଭନରେ ନ ପଡିବା ନିମନ୍ତେ ଅନୁରୋଧ କରାଯାଇଛି । ଏହିଭଳି ଠକ ମାନଙ୍କୁ ଦେଖିଲେ ଥାନାକୁ ଜଣାଇବା ନିମନ୍ତେ ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର ଜଣାଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories