www.samajalive.in
Saturday, December 13, 2025
26.1 C
Bhubaneswar

ପରଲୋକରେ ‘ରାମାୟଣ’ ଧାରାବାହିକର ରାବଣ

ନୂଆଦିଲ୍ଲୀ : ଦୂରଦର୍ଶନରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ବହୁ ଲୋକପ୍ରିୟ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ‘ରାମାୟଣ’ ଧାରାବାହିକ ଘରେ ଘରେ ପରିଚିତ। ଏଥିରେ ଅଭିନୟ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ସଭିଏଁ ଜାଣନ୍ତି। ରାମାୟଣରେ ‘ରାବଣ’ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ଆଉ ନାହାନ୍ତି। ୮୩ ବର୍ଷ ବୟସରେ ଗତକାଲି ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ଥିଲେ। ଆଜି ସକାଳେ ମୁମ୍ବଇର ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଅରବିନ୍ଦଙ୍କ ପୁତୁରା ଏନେଇ ସୂଚନା ଦେଇଛନ୍ତି।
ଅରବିନ୍ଦ ତ୍ରିବେଦୀ ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଉଚ୍ଚକୋଟୀର ଅଭିନୟ କାରଣରୁ ସେ ବେଶ ପ୍ରଂଶସା ସାଉଁଟିଥିଲେ । ସେ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟ ରଙ୍ଗମଞ୍ଚରୁ ସେ ଅଭିନୟ କରିବା ଆରମ୍ଭ କରିବା ସହ ନିଜ ଅଭିନୟରେ ଦର୍ଶକଙ୍କ ମନକୁ ଜିଣିଥିଲେ। ଏଥିପାଇଁ ସେ ବିଭିନ୍ନ ପୁରସ୍କାର ମଧ୍ୟ ପାଇଛନ୍ତି। ଏହାସହ ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ ମଧ୍ୟ କରିଛନ୍ତି। ଅରବିନ୍ଦ ତ୍ରିବେଦୀ ୧୯୯୧ରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ସାବରକାନଠା ନିର୍ବାଚନ କ୍ଷେତ୍ରରୁ ଲଢି ସାଂସଦ ଭାବେ ୧୯୯୬ ଯାଏଁ ଏହି ପଦବୀରେ କାର୍ଯ୍ୟ କରିଥିଲେ।ଏହାସହ ସେ ୨୦ ଜୁଲାଇ ୨୦୦୨ ଠାରୁ ୧୬ ଅକ୍ଟୋବର ୨୦୦୩ ପର୍ଯ୍ୟନ୍ତ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣମ ବୋର୍ଡ ( ସିବିଏଫସି) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories