www.samajalive.in
Monday, December 8, 2025
27.1 C
Bhubaneswar

ବାତ୍ୟା ଗୁଲାବ ପ୍ରଭାବିତଙ୍କୁ ସହାୟତା

ଭୁବନେଶ୍ୱର: ଓଡିଶାରେ ବାତ୍ୟାା ଗୁଲାବ ଯୋଗୁଁ ପ୍ରଭାବିତ ଲୋକଙ୍କ ପାଇଁ ଏସବିଆଇ ଜେନେରାଲ ଇନସୁରାନ୍ସ ସହାୟତାର ହାତ ବଢାଇଛି । ବାତ୍ୟା ପ୍ରଭାବରେ ବିଶେଷ ପବନ ହୋଇନଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା । କୋରାପୁଟ, ରାୟଗଡା, ଗଞ୍ଜାମ, ମାଲକାନଗିରି ଏବଂ ଗଜପତି ଅଂଚଳରେ ଏହା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଥିଲା । ରାଜ୍ୟରେ ‘ୟାସ’ ତାଣ୍ଡବଲୀଳା ରଚିବାର ଚାରିମାସ ପରେ ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ବାତ୍ୟା ଗୁଲାବ ଦକ୍ଷିଣ ଓଡ଼ିଶା ଉପରେ ପ୍ରଭାବ ପକାଇଛି । ଏହି କଠିନ ସମୟରେ ଏସବିଆଇ ଜିଆଇ ଏହାର ଗ୍ରାହକଙ୍କ ପାଖରେ ଛିଡା ହୋଇଛି । ଏହା ବୀମାଧାରୀଙ୍କ ବିଭିନ୍ନ ପ୍ରଶ୍ନ ଏବଂ ଦାବି ପରିଚାଳନା ପାଇଁ ଏକ ଟାସ୍କଫୋର୍ସ ଗଠନ କରିଛି । ପ୍ରଭାବିତ ଗ୍ରାହକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି କ୍ଷେତ୍ରରେ ଏହା ‘ଏକ୍ସପ୍ରେସ ଦାବି’ ସମାଧାନ ପ୍ରକ୍ରିୟା ଅନୁସରଣ କରୁଛି । କେତେକ ଛୋଟ ଦାବି କ୍ଷେତ୍ରରେ ପ୍ରଭାବିତ ଲୋକଙ୍କୁ ପୁନରୁଦ୍ଧାରରେ ସାହାଯ୍ୟ କରିବାକୁ ତୁରନ୍ତ ସମାଧାନ କରାଯିବ । ଏସବିଆଇ ଜିଆଇ ନିଜ ଗ୍ରାହକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଯଥା ଶୀଘ୍ର ନିଜ ଗୋଡରେ ଛିଡା କରାଇବା ପାଇଁ ପ୍ରତିବଦ୍ଧ ରହିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories