www.samajalive.in
Monday, December 8, 2025
24.1 C
Bhubaneswar

ବ୍ୟସ୍ତବହୁଳ ଜୀବନରେ ଶାନ୍ତି ଦେଉଛି ବଗିଚା

ଭୁବନେଶ୍ୱର: ପ୍ରତିଷ୍ଠିତ କମ୍ପାନୀରେ ଉଚ୍ଚ ପଦବୀରେ ଚାକିରି । ସକାଳୁ ରାତି ଯାଏ କେବଳ କାମ ଆଉ କାମ । କମ୍ପାନୀ ଦାୟିତ୍ୱକୁ ନେଇ ଢେର ମାନସିକ ଚାପ, ଅବସର ପାଇଁ ସମୟ ନାହିଁ । ଏମିତି ଏକ ପରିସ୍ଥିତିରେ ଜଣେ ନିଜର ବ୍ୟକ୍ତିଗତ ଜୀବନ, ପରିବାର ଓ କମ୍ପାନୀ ଦାୟିତ୍ୱ ମଧ୍ୟରେ ତାଳମେଳ ବଜାୟ ରଖିବା ସହଜ କଥା ନୁହେଁ । ତାହାଛଡା ଗତ ପ୍ରାୟ ଦୁଇବର୍ଷ ଧରି କୋଭିଡ ମହାମାରୀର ବିଭୀଷିକା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ତାହାରି ଭିତରେ ନିଜ ଶରୀର ଓ ମନ ପାଇଁ ସମୟ ବାହାର କରିବା ଏବଂ ତାହାକୁ ସୁସ୍ଥ, ଶାନ୍ତ ରଖିବା କଷ୍ଟକର ହେଲେ ମଧ୍ୟ ଏହାକୁ କରିଦେଖାଇଛନ୍ତି କର୍ପୋରେଟ ଜଗତର ଜଣେ ବ୍ୟକ୍ତିତ୍ୱ । ସାରା ବିଶ୍ୱ ଏବେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାକୁ ନେଇ ଚିକ୍ରାର କରୁଥିବାବେଳେ ଏହି ବ୍ୟକ୍ତିଜଣକ ନିଜକୁ ପରିବେଶ ସୁରକ୍ଷା ସହିତ ନିଜ ପାଇଁ ଶାରୀରିକ ଓ ମାନସିକ ଶାନ୍ତି ଯୋଗାଡରେ ଲାଗି ପଡିଛନ୍ତି ।
ଏକ ପ୍ରତିଷ୍ଠିଦ ଦୂରସଂଚାର କମ୍ପାନୀରେ ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟରତ ପ୍ରଦୀପ ରାଉତଙ୍କ ପାଇଁ ବ୍ୟବସାୟ ଲକ୍ଷ୍ୟ ହାସଲ କରିବା, କର୍ମଚାରୀଙ୍କ ଭଲମନ୍ଦ ବୁଝିବା, କହିବାକୁ ଗଲେ ରାଜ୍ୟରେ ନିଜସ୍ୱ କ୍ଷେତ୍ରର ସବୁକିଛି ଦାୟିତ୍ୱ ମୁଣ୍ଡାଇବା ବେଶ୍‌ ଆହ୍ୱାନପୂର୍ଣ୍ଣ ହୋଇଛି । ଓଡ଼ିଶା ଆସିବା ପୂର୍ବରୁ ପ୍ରାୟ ତିନି ଦଶନ୍ଧି ଧରି ସେ ଓଡ଼ିଶା ବାହାରେ ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନୀ ଜେରକ୍ସ, ଟାଟା, ରିଲାଏନ୍ସ ଆଦିରେ କାର୍ଯ୍ୟ କରିଛନ୍ତି । ସଂପ୍ରତି ସେ ଓଡ଼ିଶାରେ ରିଲାଏନ୍ସ ଜିଓର ରାଜ୍ୟ ବ୍ୟବସାୟ ମୁଖ୍ୟ ଏବଂ ସିଇଓ ଭାବରେ ପ୍ରତିଟି କୋଣ ଅନୁକୋଣକୁ ଦୂରସଂଚାର ବ୍ୟବସ୍ଥାରେ ଯୋଡିବା ଏବଂ ଲୋକଙ୍କ ନିକଟରେ ଡିଜିଟାଲ ବିପ୍ଳବର ସୁଫଳ ପହଞ୍ଚାଇବା ପ୍ରୟାସରେ ଲାଗିଛନ୍ତି । ନିଜର ଚାପଗ୍ରସ୍ତ ଜୀବନକୁ ହାଲକା କରିବାକୁ ବହୁ ଚିନ୍ତା କରିବାପରେ ପ୍ରଦୀପ ଗଛ ଲଗାଇବା ଆରମ୍ଭ କରିଛନ୍ତି । କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ତାଙ୍କର ନିଜ ଗାଁ କୋରୋ ମୀର୍ଜାପୁରରେ ସେ ଏକ ବଗିଚା ସୃଷ୍ଟି କରିଛନ୍ତି । ଏହାଦ୍ୱାରା ସେ ପରିବେଶ ପାଇଁ କିଛି ଭଲ କରିବା ସହିତ ନିଜ ଶରୀର ଓ ମନକୁ ସୁସ୍ଥ ରଖିପାରୁଛନ୍ତି ।
କୋରୋ ମୀର୍ଜାପୁରରେ ଥିବା ତାଙ୍କର ପ୍ରାୟ ଏକ ଏକର ପରିମିତ ପୈତୃକ ଜମିକୁ ଏକ କୃଷିକ୍ଷେତ୍ରରେ ପରିଣତ କରିଛନ୍ତି । ସେଠାରେ ସେ ବିଭିନ୍ନ ପନିପରିବା, ଔଷଧୀୟ ବୃକ୍ଷ, ଫଳ, ଫୁଲ ଆଦି ଲଗାଇଛନ୍ତି । ପ୍ରତି ସପ୍ତାହାନ୍ତରେ ତାଙ୍କୁ ଯେତିକି ସମୟ ମିଳେ ସେ ନିଜ ଗାଁକୁ ଯାଇ ସେହି କୃଷିକ୍ଷେତ୍ରରେ କାମରେ ଲାଗିପଡନ୍ତି । ଏହାଦ୍ୱାରା ସାରା ସପ୍ତାହର ମାନସିକ ଚାପ, ଅବସାଦ ତାଙ୍କର ଦୂର ହୋଇଯାଏ । ଏଥିସହିତ ଗ୍ରାମର ଯୁବବର୍ଗଙ୍କୁ ଅର୍ଥପୂର୍ଣ୍ଣ କ୍ୟାରିୟର ଆପଣେଇବାକୁ ସେ ପ୍ରୋତ୍ସାହିତ କରୁଛନ୍ତି । ତାଙ୍କ କୃଷିକ୍ଷେତ୍ରରେ ଲଗାଯାଇଥିବା ଔଷଧୀୟ ବୃକ୍ଷଗୁଡିକ ମଧ୍ୟରୁ କେତେକ ମଧୁମେହ ଉପଶମକାରୀ ରହିଛି । ଏହା ଗ୍ରାମର ଅନେକ ବୟସ୍କଙ୍କ ଚିକିତ୍ସା କାମରେ ଲାଗୁଛି । ପ୍ରଦୀପଙ୍କ କହିବା ଅନୁଯାୟୀ ନିୟମିତ ଭାବରେ ଶାରୀରିକ ବ୍ୟାୟାମ କରିବା, ଦୌଡିବା ଏବଂ ଯୋଗ କରିବା ଦ୍ୱାରା ତାଙ୍କ ତାଙ୍କର ଦୈନନ୍ଦିନ ଜୀବନରେ ଚାପ ଲାଘବ କରିବାରେ ସହାୟକ ହୋଇଛି । ତେବେ ଏହି ଉନ୍ମୁକ୍ତ କୃଷିକ୍ଷେତ୍ର ତାଙ୍କ ପାଇଁ ଅଧିକ ଖୁସି ଆଣିଦେଉଛି । ଏହା ଭିତରେ ସେ ସୁନ୍ଦର ପାଦଚଲା ରାସ୍ତା ତିଆରି କରିବା ସହିତ ଗ୍ରାମବାସୀଙ୍କର ଛୋଟଧରଣର ବୈଠକ ବ୍ୟବସ୍ଥା କରିଛନ୍ତି । ଏବେ ତାଙ୍କର ଏହି କୃଷିକ୍ଷେତ୍ର ଗ୍ରାମର ଅନେକ ଯୁବକ ଓ ବୟସ୍କଙ୍କ ପାଇଁ ସକାଳେ ସନ୍ଧ୍ୟାରେ ଭ୍ରମଣ କରିବାର ସ୍ଥାନ ପାଲଟିଛି । ତାହାସହିତ ଉକ୍ତ ଅଞ୍ଚଳର ଅନ୍ୟମାନଙ୍କୁ ଏହିଭଳି ଭାବରେ ପରିବେଶ ସୁରକ୍ଷା ଓ ଅର୍ଥପୂର୍ଣ୍ଣ ଭାବରେ ନିୟୋଜିତ କରିବାକୁ ଏହା ଉତ୍ସାହିତ କରୁଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories