www.samajalive.in
Sunday, December 14, 2025
23.1 C
Bhubaneswar

ଅଧପନ୍ତରିଆ ବୌଦ୍ଧଜିଲା ଷ୍ଟାଡିୟମ, ୧୬ ବର୍ଷ ହେଲା ଚାଲିଛି ନିର୍ମାଣ କାମ

ବୌଦ୍ଧ :  କ୍ରୀଡାର ଭିତିଭୂମିର ବିକାଶ ପାଇଁ ସରକାର ଜିଲା ସଦର ମହକୁମା ଓ ବ୍ଲକସ୍ତରରେ ଷ୍ଟାଡିୟମ ନିର୍ମାଣ କରି ଆସୁଛନ୍ତି । ହେଲେ ବୌଦ୍ଧଜିଲ୍ଲା ସଦର ମହକୁମାରେ ଚଲିଥିବା ଜିଲା ଷ୍ଟାଡିୟମ କାର୍ଯ୍ୟ ସଂର୍ପୂ ହେବାରେ ନା ଧରୁନାହିଁ । ଯାହାଫଳରେ କ୍ରୀଡାବିତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟଦୀର୍ଘ ୧୬ ବର୍ଷ ଧରି ଚାଲୁ ରହିଥିଲେ ମଧ୍ୟ ଷ୍ଟାଡିୟମ କାର୍ଯ୍ୟ କେବେ ଶେଷ ହେବା ତାହାକୁ ନେଇ କ୍ରୀଡାପ୍ରେମୀ ଅପେକ୍ଷା କରି ବସିଛନ୍ତି । ବୌଦ୍ଧଜିଲା କ୍ରୀଡା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଜିଲାର ଖେଳାଳିମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର କ୍ରୀଡା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇ ଜିଲାକୁ ଗୌରାବାନ୍ନିତ କରିପାରିଛନ୍ତି । ଜିଲାରେ କ୍ରୀଡାର ଭିିଭୂମିର ଅଭାବ ରହିଥିଲେ ମଧ୍ୟ ଖେଳାଳୀମାନେ ଉମ କ୍ରୀଡା ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୈାରବ ଆଣିପାରିଛନ୍ତି । ଜିଲା ଓ ବ୍ଲକସ୍ତରରେ ଷ୍ଟାଡିୟମ ନିର୍ମାଣ କରି କ୍ରୀଡା ଓ ର୍ଭିି ଭୂମିର ବିକାଶ କରିବା ସହିତ ସେହି ଅଳରେ ଲୁକାୟିତ ପ୍ରତିଭାକୁ ଖୋଜିବାହର କରିବାରେ ସହାୟକ ହୋଇଥାଏ । ବୌଦ୍ଧଜିଲାରେ ଏକ ଷ୍ଟାଡିୟମର ଆବଶ୍ୟକତାକୁ ଉପଲ୍ଲଧ କରି ସରକାର ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ନିକଟରେ ୧୦ ଏକର ୨୦ ଡିସିମିଲ ଜାଗାରେ ଷ୍ଟାଡିୟମ ନିର୍ମାଣ ପାଇଁ ୨୦୦୬ ମସିହାରେ  ସେତେବେଳର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଦେବାଶିଷ ନାୟକ ଶିଳାନ୍ୟାସ କରିଥିଲେ । ସେତେବେଳେ ଜିଲାରେ କ୍ରୀଡାପ୍ରେମୀ ଓ ଖେଳାଳିମାନଙ୍କ ମଧ୍ୟରେ ଷ୍ଟାଡିୟମ ନିର୍ମାଣକୁ ନେଇ ଉତ୍ସାହ ଦେଖାଦେଇଥିଲା । ହେଲେ ଇତି ମଧ୍ୟରେ ଦୀର୍ଘ ୧୬ ବର୍ଷ ହୋଇଥିଲେ ମଧ୍ୟ ଷ୍ଟାଡିୟମ ନିର୍ମାଣ କର୍ଯ୍ୟା ଆଜିବି ଅନେକ ବାକି ରହିଛି ।

 

ଏହି ଷ୍ଟାଡିୟମରେ ବହୁ ଖେଳାଳୀ ଖେଳିବାର ଆଶା କରିଥିବା ବେଳେ ସେମାନଙ୍କ ଆଶା ଆଶାରେ ହିଁ ରହିଯାଇଛି । ସେମାନେ ଯେଉଁ ସମୟରେ ଖେଳିବାର ଆଶା ରଖିଥିଲେ ର୍ବମାନ ସେମାନେ ଖେଳରୁ ଅବସରର ନେଇ ସାରିଥିବା ବେଳେ ଅନେକଙ୍କ ଅବସରରେ ନେବାର ସମୟ ଆସି ଗଲାଣି କିନ୍ତୁ ଷ୍ଟାଡିୟମ କାର୍ଯ୍ୟ ସଂର୍ପୂ ହେବାର ନାମ ଧରୁନାହିଁ । ହେଲେ ଜିଲା କ୍ରୀଡା ବିଭାଗ ଜିଲ୍ଲାରେ ଷ୍ଟାଡିୟମ ନିର୍ମାଣ ସଂର୍ପୂ ଯେପରି ଖୁବ ଶିଘ୍ର ଶେଷ ହେବା ଓ ଜିଲାର ଖେଳାଳୀମାନେ ଏହି ଷ୍ଟାଡିୟମରେ କିପରି ଶୀଘ୍ର ଖେଳିବେ ସେଥିପାଇଁ ଉଦ୍ୟମ ଜାରିରଖିଛନ୍ତି । ଜିଲ୍ଲାରେ ସଦର ମହକୁମାରେ ଏକ ମାତ୍ର କଚେରୀ ପଡିଆ ଯେଉଁଠାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ । ପଡିଆ ଅଭାବରୁ ଖେଳାଳୀମାନେ ଏଠାରେ ଖେଳର ଅଭ୍ୟାସ କରିବା ସହିତ ବିଭିନ୍ନ କ୍ରୀଡାର ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଯଦି କୌଣସି ସରକାରୀ କାର୍ଯ୍ୟକ୍ରମ ହୁଏ ତାହାହେଲେ ଖେଳାଳୀମାନଙ୍କ ମ୍ୟାଚ ଓ ଅଭ୍ୟାସ ପାଇଁ ସମସ୍ୟା ଦେଖାଦେଇଥାଏ । ଯଦି ଷ୍ଟାଡିୟମଟି ଖେଳ ଉପଯୋଗୀ ହୋଇ ପାରନ୍ତା ତାହାହେଲେ ଖେଳାଳୀମାନଙ୍କ ଖେଳରେ ବ୍ୟାଘାତ ସୃଷ୍ଟି ହୁଅନ୍ତା ନାହିଁ । ସେପଟେ ଗୋଟିଏ ପଟେ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବାକୁ ବସିଥିବା ବେଳେ ଅନ୍ୟପଟେ ଷ୍ଟାଡିୟମରେ ପାଚେରୀରେ ଫାଟଦେଖା ଦେଲାଣିତ କେଉଁଠି ଢଳି ପଡିବା ସ୍ଥିତରେ ରହିଛି । ଷ୍ଟାଡିୟମର ଗ୍ୟାଲେରୀ ଓ ପାଚେରୀଟିର ନିର୍ମାଣ କାର୍ଯ୍ୟ ର୍ପୂବିଭାଗ କରିଥିବା ବେଳେ ଫାଟକ କାର୍ଯ୍ୟଟି ବ୍ଲକ ପ୍ରଶାସନ କରିଛି । ହେଲେ ଖେଳ ପଡିଆ କାର୍ଯ୍ୟ ଆଜିିବି ଅସଂର୍ପୂ ହୋଇ ପଡି ରହିଛି । ପଡିଆ ସାରା ଘାସ ଓ ଅନାବନା ଗଛ ସବୁ ଉଠି ଜଙ୍ଗଲ ଭଳି ହୋଇପଡିଛି । ଯାହାକି ଖେଳ ଉପଯୋଗୀ ହୋଇ ପାରୁନାହିଁ । ଜିଲା କ୍ରୀଡା ବିଭାଗକୁ ଷ୍ଟାଡିୟମର ଗ୍ୟାଲେରୀ ଓ ଇୋର ଷ୍ଟାଡିୟମ ହସ୍ତାନ୍ତର କରାଯାଇଛି । ହେଲେ ମୁଖ୍ୟ କାର୍ଯ୍ୟ ପଡିଆ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟ ଅଟକି ରହିଛି । ପଡିଆରେ ଉପଯୋଗୀ ମାଟି ପକାଯାଇ ସମତଳ କାରାଗଲେ ଖେଳ ଉପଯୋଗୀ ହୋଇପାରିବ ହେଲେ ତାହାର କାର୍ଯ୍ୟ ଆଗେଇ ପାରୁନଥିବାରୁ ପଡିଆ ସମତଳ ହୋଇପାରୁନାହିଁ । ଯାହାଫଳରେ ଜିଲା କ୍ରୀଡା ବିଭାଗ ପଡିଆର ରକ୍ଷଣାବେକ୍ଷଣ କରିପାରୁନାହିଁ । ଯଦି ଏପରି ଚାଲେ ତାହାହେଲେ ଏହି ଷ୍ଟାଡିୟମ କେବେ ଖେଳାଳିମାନେ ଖେଳିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଜିଲାର ଖେଳାଳୀମାନଙ୍କ ଭବିଶ୍ୟତକୁ ଆଖି ଆଗରେ ରଖି ଷ୍ଟାଡିୟମକୁ ତୁରନ୍ତ ଖେଳ ଉପଯୋଗୀ କରିବାକୁ ଦାବି ହେଉଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories