www.samajalive.in
Saturday, December 13, 2025
15.1 C
Bhubaneswar

ବିହାରର ଏହି ମନ୍ଦିରରେ ମହିଳା ପଣ୍ଡିତମାନେ ପୂଜା କରିଥାନ୍ତି

ଅହଲ୍ୟା ମନ୍ଦିରରେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ। ଭଗବାନ ରାମ ଯେଉଁଠାରେ ଅହଲ୍ୟାଙ୍କୁ ପଥର ରୂପରୁ ଉଦ୍ଧାର କରିଥିଲେ ସେହି ସ୍ଥାନରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି।
କେଉଁଠି ଅଛି ଅହଲ୍ୟା ମନ୍ଦିର:
ବିହାରର ଦରଭଙ୍ଗାର କମତୋଲ ସ୍ଥିତ ଅହଲ୍ୟା ସ୍ଥାନରେ ରାମନବମୀ ଦିନ ଏକ ବିଶେଷ ପରମ୍ପରା ଦେଖାଯାଇଥାଏ। ଏଠାକୁ ଶ୍ରଦ୍ଧାଳୁମାନେ ବାଇଗଣର ଭାର ନେଇ ମନ୍ଦିରରେ ପହଞ୍ଚିଥାନ୍ତି। ଏହି ମନ୍ଦିରରେ ପ୍ରଭୁ ରାମ ଓ ଅହଲ୍ୟାଙ୍କ ଚରଣ ତଳେ ବାଇଗଣର ଭାର ଚଢାଯାଇଥାଏ।କ’ଣ ପାଇଁ ପ୍ରସିଦ୍ଧ:
ଲୋକଙ୍କ ମାନ୍ୟତା ଅନୁଯାୟୀ, ଗୌତମ ଋଷିଙ୍କ ଅଭିଶାପ ପାଇ ଅହଲ୍ୟା ପଥର ହୋଇଯାଇଥିଲେ। ପ୍ରଭୁ ରାମଙ୍କ ଚରଣ ସେହି ପଥରରେ ସ୍ପର୍ଶ ହେବା ମାତ୍ରେ ଅହଲ୍ୟା ଅଭିଶାପରୁ ମୁକ୍ତ ହୋଇ ମନୁଷ୍ୟ ହୋଇଯାଇଥିଲେ। ସେହିପରି ଯେଉଁମାନଙ୍କ ଶରୀରରେ ଧଳା ଦାଗ ପରି ଚିହ୍ନ ରହିଥାଏ ସେହି ବ୍ୟକ୍ତିମାନେ ରାମ ନବମୀ ଦିନ ଋଷି ଗୌତମ ଓ ଅହଲ୍ୟାଙ୍କ ସ୍ନାନ କୁଣ୍ଡରେ ଗାଧୋଇ ବାଇଗଣ ଭାର କାନ୍ଧେଇ ଏହି ମନ୍ଦିରକୁ ଯାଇଥାନ୍ତି। ତାପରେ ସେହି ବାଇଗଣ ଭାରକୁ ପ୍ରଭୁ ରାମ ଓ ଅହଲ୍ୟାଙ୍କ ଚରଣ ତଳେ ଚଢାଇଥାନ୍ତି। ଏପରି କରିବା ଦ୍ୱାରା ସେମାନଙ୍କୁ ସେହି ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।ମହିଳା ପଣ୍ଡିତମାନେ ପୂଜା କରନ୍ତି:
ଯେଉଁଠାରେ ଅହଲ୍ୟା ପଥରରୁ ମୁକ୍ତ ହୋଇଥିଲେ ସେଠାରେ ତାଙ୍କ ପରବର୍ତ୍ତୀ ପିଢି ବାସ କରିଥାନ୍ତି। ତେଣୁ ସେଠାରେ ପୁରୁଷ ପଣ୍ଡିତଙ୍କ ସ୍ଥାନରେ ମହିଳାମାନେ ପୂଜା କରିଥାନ୍ତି। ଭାରତର ବିଭିନ୍ନ ସ୍ଥାନ ସହ ପଡୋଶୀ ଦେଶ ନେପାଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ଏହି ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ପରମ୍ପରା ବହୁ ପୁରାତନ ଅଟେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories