www.samajalive.in
Sunday, December 14, 2025
15.1 C
Bhubaneswar

ବିଗ୍‌ ବଜାରରେ ବିଗ୍‌ ସପିଙ୍ଗ ଫେଷ୍ଟିଭାଲ

ଭୁବନେଶ୍ୱର : ଆସିଛି ପାର୍ବଣ ଋତୁ, ଏବଂ ଭାରତର ସବୁଠାରୁ ପ୍ରିୟ ହାଇପରମାର୍କେଟ ବ୍ରାଣ୍ଡ୍‌ ବିଗ୍‌ ବଜାର ଏହାର ଗ୍ରାହକଙ୍କ ପାଇଁ ବିଗ୍‌ ସପିଙ୍ଗ ଫେଷ୍ଟିଭାଲରେ ଆଗୁଆ କିଣାକଣି କରିବା ସୁଯୋଗ ଦେବାକୁ ପୁଣି ଏକ ବୃହତ କାର୍ଯ୍ୟକ୍ରମ ନେଇଆସିଛି । କ୍ରେତାମାନେ ପାର୍ବଣକାଳୀନ କିଣାକିଣି ଉଭୟ ଷ୍ଟୋର ମଧ୍ୟରେ ଏବଂ ବିଗ୍‌ ବଜାର ଆପ୍‌ ଏବଂ ଏହାର ଇ-କମର୍ସ ୱେବସାଇଟରେ ଅନ୍‌ଲାଇନରେ ୨୦୨୧ ଅକ୍ଟୋବର ୧ରୁ ୧୦ ମଧ୍ୟରେ ଶୁଭାରମ୍ଭ କରିପାରିବେ । ସେମାନେ ତେଜରାତି ସାମଗ୍ରୀ, ରୋଷେଇବାସ ସାମଗ୍ରୀ, ହୋମ୍‌ ଫର୍ଣ୍ଣିଶିଂ, ଇଲେକ୍‌ଟ୍ରୋନିକ୍ସ ଏବଂ ଲଗେଜ ଆଦି ଉପରେ ବିଶାଳ ଅଫର୍‌ ସହିତ ବୃହତ ସଞ୍ଚୟ ଉପଭୋଗ କରିପାରିବେ । ଏଫବିବିର ଟ୍ରେଣ୍ଡି ନୂଆ ପାର୍ବଣକାଳୀନ ସମ୍ଭାର ସମ୍ପୂର୍ଣ୍ଣ ସଠିକ ପୋଷାକ ସହିତ ପ୍ରତ୍ୟେକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତ କରିବାକୁ ଷ୍ଟୋର ମଧ୍ୟରେ ଏବଂ ଅନ୍‌ଲାଇନରେ ଉପଲବ୍ଧ ହେଉଛି । ଏହାସହିତ ବିଗ୍‌ ବଜାର ଅନ୍‌ଲାଇନରେ ଯେକୌଣସି ପାର୍ବଣକାଳୀନ ଆବଶ୍ୟକତାକୁ ଗ୍ରାହକଙ୍କ ଘରେ ମାତ୍ର ୨ ଘଣ୍ଟା ମଧ୍ୟରେ ପହଞ୍ଚାଇ ଦିଆଯିବ ।
ଏହି ଅଫର ସମ୍ପର୍କରେ ପ୍ରକାଶ କରି ଫୁ୍ୟଚର ଗ୍ରୁପ୍‌ର ଡିଜିଟାଲ, ମାର୍କେଟିଂ ଓ ଇ-କମର୍ସର ସିଏମ୍‌ଓ ପୱନ ସାରଦା କହିଛନ୍ତି, ଭାରତୀୟ ଭାବରେ ପାର୍ବଣ ଆମ ଜୀବନର ଏକ ବୃହତ ଅଂଶ ଏବଂ ଦଶହରା, ଦୀପାବଳି ଦୁଇଟି ବୃହତ ଉତ୍ସବ ଯାହା ପ୍ରତ୍ୟେକ ବ୍ୟକ୍ତି ଆଗ୍ରହର ସହିତ ଚାହିଁବସିଥାନ୍ତି । ବିଗ୍‌ ବଜାରର ବିଗ୍‌ ସପିଙ୍ଗ ଫେଷ୍ଟିଭାଲ ଆମ ଗ୍ରାହକଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ହେବାର ମହାନ ସୁଯୋଗ ଲାଭ କରିଛି । ଚଳିତ ବର୍ଷ ଆମ ଗ୍ରାହକଙ୍କ ପାଇଁ ସର୍ବବୃହତ ମୂଲ୍ୟଗତ ଅଫର୍‌ ରହିଛି- ତାହା ହେଉଛି ଚାଉଳ, ଅଟା, ଡାଲି, ଘିଅ, ଚିନି ଭଳି ରୋଷେଇ ଘରର ଅତ୍ୟାବଶ୍ୟକ ମୌଳିକ ସାମଗ୍ରୀ ଏବଂ ତାହାସହିତ ରହିଛି ଫାଶନ, ଯାହା ସେମାନଙ୍କର ପାର୍ବଣକାଳୀନ କିଣାକିଣିକୁ ଏକ ସ୍ୱତନ୍ତ୍ର ଉଲ୍ଲାସ ଆଣିଦେବ । ବିଗ୍‌ ବଜାର ସହିତ ଗ୍ରାହକଙ୍କ ଅନୁଭୂତିକୁ ଏକ ଲାଭପ୍ରଦ ଓ ପରିପୂର୍ଣ୍ଣ କରିବାକୁ ଆମେ ଆଶା କରୁଛୁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories