www.samajalive.in
Sunday, December 14, 2025
23.1 C
Bhubaneswar

ସହରରେ ୧୪୪ ଧାରା ଜାରି

ଭଦ୍ରକ  : ରାମନବମୀକୁ ନେଇ ଛାନିଆଁ ହୋଇଛି ଭଦ୍ରକ ଜିଲା ପ୍ରଶାସନ। ଗତବର୍ଷ ରାମନବମୀ ପରେ ସଂଘଟିତ ହିଂସାକୁ ନେଇ ପ୍ରଶାସନର ଛନକା ଯାଇନାହିଁ। ଏଣୁ ସହରରେ ଆଜି ସନ୍ଧ୍ୟାରୁ ଲାଗୁ ହୋଇଛି ୧୪୪ ଧାରା। ଆଇନ୍‌ଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ତଥା ସାମ୍ପ୍ରଦାୟିକ ସଦ୍‌ଭାବନାକୁ ବଜାୟ ରଖିବା ପାଇଁ ଭଦକ୍ର ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ନରୋତ୍ତମ ବେହେରା ୧୪୪ଧାରା ଜାରି କରିବାକୁ ଆଦେଶ ଦେଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ୧୪୪ ଧାରା ଆଜି ସନ୍ଧ୍ୟା ୬ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତର ରହିବ। ଏହି ସମୟ ମଧ୍ୟରେ କୌଣସି ସଭାସମିତି ଓ ଶୋଭାଯାତ୍ରା କେହି କରିପାରିବେ ନାହିଁ ବୋଲି ଆଜି ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି।

କୌଣସି ବ୍ୟକ୍ତି ବା ଗୋଷ୍ଠୀ ଏକତ୍ରିତ ହୋଇ କୌଣସି ମାରଣାସ୍ତ୍ର ତଥା ଲାଠି ଏବଂ ଉତ୍ତେଜନା ସୃଷ୍ଟି କରୁଥିବା କୌଣସି ବସ୍ତୁ ନେଇ ଯାଇପାରିବେ ନାହିଁ ବୋଲି କୁହାଯାଇଛି। କୌଣସି ଆପତିଜନକ ସ୍ଳୋଗାନ ମଧ୍ୟ କେହି ଦେଇ ପାରିବେ ନାହିଁ ବୋଲି କୁହାଯାଇଛି। ଏହି ଆଦେଶକୁ ଅବମାନନା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି। ଏପଟେ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ପୁଲିସ ଛାଉଣୀ କରାଯାଇଛି। ସହରରେ ଏବେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ୫୦ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି। ପଦସ୍ଥ ପୁଲିସ ଅଧିକାରୀମାନେ ଆଜି ଠାରୁ ଭଦ୍ରକରେ ରହିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଅତିରିକ୍ତଭାବେ ଆହୁରି ଅଧିକ ଫୋର୍ସ ମୁତୟନ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories