www.samajalive.in
Wednesday, December 10, 2025
16.1 C
Bhubaneswar

ମୋତି,ରାଶି ସହ ଜଡିତ କିଛି ବିଶେଷ ଉପାୟ

ମୋତି ଧାରଣ କରିବାର ଲାଭ :

ଏହା ମନକୁ ଶାନ୍ତ କରିବା ସହ ଚିନ୍ତାରୁ ମୁକ୍ତି ଦେଇଥାଏ।

- Advertisement -

ମନରୁ ଭୟ ଦୂର କରିଥାଏ। ସୁନିଦ୍ରାରେ ସାହାର୍ୟ୍ୟ କରିଥାଏ।

ଆର୍ଥିକ ସମସ୍ୟାକୁ ଦୂର କରିଥାଏ।

ମୋତି ଧାରଣ କରିବା ଡାକ୍ତରମାନଙ୍କ ପାଇଁ ଉତ୍ତମ ଅଟେ।
କେଉଁ ରାଶିର ବ୍ୟକ୍ତି ମୋତି ଧାରଣ କରିବା ଉଚିତ :

ମାନ୍ୟତା ଅନୁଯାୟୀ ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ଅଲଗା ପ୍ରକାର ତତ୍ତ୍ୱରେ ମୋତି ଧାରଣ କରିବା ଉଚିତ।

ମେଷ, କର୍କଟ, ବିଛା ଓ ମୀନ ଲଗ୍ନ ଥିବା ବ୍ୟକ୍ତିମାନେ ମୋତି ଧାରଣ କରିବା ଉତ୍ତମ ଅଟେ।

ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ଲଗ୍ନର ବ୍ୟକ୍ତି ମୋତି ଧାରଣ କରିବା ଉଚିତ ନୁହେଁ। ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ସିଂହ, ତୁଳା ଓ ଧନୁ ଲଗ୍ନର ବ୍ୟକ୍ତିମାନେ ବିଶେଷ ଭାବେ ମୋତି ଧାରଣ କରି ପାରିବେ।
ମୋତି ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜାଣନ୍ତୁ…….
ଯଦି ଆପଣ ଠିକ ସମୟରେ ସଠିକ ନିଷ୍ପତ୍ତି ନେଇପାରୁନାହାନ୍ତି ତେବେ ଆପଣ ନିଜ ହସ୍ତର ମୋତି ଧାରଣ କରିବା ଉଚିତ। ମୋତି ଧାରଣ ପରେ ସୋମବାର ଦିନ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ପରିଶ୍ରମ କରିବା ପରେ ମଧ୍ୟ ସଠିକ ଫଳ ନମିଳିଲେ ଓ ଆଶାନୁଯାୟୀ ଧନ ସଞ୍ଚୟ ହୋଇପାରୁନଥିଲେ, ଆପଣ ପୂଜାସ୍ଥାନରେ ଦୁଇଟି ମୋତିକୁ ହଳଦିଆ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।
ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ଆପଣ ନିଜ ପତ୍ନୀଙ୍କୁ ବାମ ହସ୍ତରେ ମୋତି ଧାରଣ କରିବାକୁ ଦିଅନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।
ଯଦି ଆପଣଙ୍କ ସନ୍ତାନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ତା’କୁ ଚାନ୍ଦିର ନିର୍ମିତ ଚନ୍ଦ୍ର ସହ ମୋତି ପିନ୍ଧାନ୍ତୁ। ଏହି ସମସ୍ୟା ଦୂର ହେବ।
ମୋତି ଧାରଣ କରିବା ଦ୍ୱାରା ସମସ୍ତ ମାନସିକ ଦୁଶ୍ଚିତା ଦୂର ହୋଇଥାଏ।
ଏହାକୁ ଧାରଣ କଲେ ଜ୍ଞାନ ବୃଦ୍ଧି ହୋଇଥାଏ।
ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଏହାକୁ ବ୍ୟକ୍ତି ନିଜର ଓଜନ ଅନୁଯାୟୀ ୪ଟି, ୬ଟି କିମ୍ବା ୭ଟି ଧାରଣ କରିବା ଆବଶ୍ୟକ ଅଟେ।
ଗୋଲ ମୋତିକୁ ସବୁଠାରୁ ଅଧିକ ପ୍ରାଚୀନ ଓ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ରହିଛି।
ଏହି ମୋତିକୁ ଚାନ୍ଦିର ମୁଦିରେ ଶୁକ୍ଳ ପକ୍ଷ ସୋମବାର ଦିନ ଧାରଣ କରିବା ଉଚିତ ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories