www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା

ବୌଦ୍ଧ: ବୌଦ୍ଧ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ବୌଦ୍ଧ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲାର ୨୦ ଗୋଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ହରଭଙ୍ଗା ବ୍ଲକ କେଲାକଟାର ବାବା ଚମ୍ପେଶ୍ୱର କଳାପରିଷଦ ପତରାସଉରା ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବ୍ରାହ୍ମଣୀ ଗ୍ରାମର ମା ପୁର୍ଣ୍ଣମାସୀ ପାଲାଦଳ ଦ୍ୱିତିୟ ଓ ଜାମପାଲି ଗ୍ରାମର ଗୋକୁଳେଶ୍ୱର ବାଉରୀ ଶବର ନୃତ୍ୟ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସାଂସ୍କୃତିକ ଦଳ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ ବୋଲି ଜଣାପଡିଛି।

ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନୀ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ଜିଲା ପଞ୍ଚାୟତ ଅଧିକାରୀ ଅବନୀକାନ୍ତ ସାହୁ,ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଓ ସକହାରୀ ଜିଲାପାଳ ବିରଞ୍ଚି କୁମାର ଧରୁଆ ଯୋଗଦେଇ କୃତି ସାଂସ୍କୃତିକ ଦଳଗୁଡିକୁ ବିଜେତା ଟ୍ରଫି ପ୍ରଦାନ କରିଥିଲେ। ବିଚାରକ ଭାବରେ ଜିଲା ପାଲା ସଂଘର ସଭାପତି କୃଷ୍ଣଚନ୍ଦ୍ର ମିଶ୍ର,ସମ୍ପାଦକ ବାଂଛାନିଧି ପ୍ରଧାନ ଓ ଦଣ୍ଡଗୁରୁ ସୁଦର୍ଶନ ସେଠୀ ଯୋଗଦେଇ ସହଯୋଗ କରିଥିଲେ। ଜିଲା ସୂଚନା ଓ ଲୋକସଂପର୍କ ତଥା ଜିଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ସନ ଅଧିକାରୀ ମାନସ ରଂଜନ ସେଠୀ, ଗୋପାଳ ଅମାତ, ଅକ୍ଷୟ ମହାକୁଡ, ମଣ୍ଟୁ ପାଣ୍ଡେ ଓ ଯୁଧିଷ୍ଠିର ପଧାନୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories