www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରକ – ଅଟୋ ମୁହାଁମୁହିଁ ଧକ୍କା ; ଦୁଇ ମୃତ, ଜଣେ ଗୁରୁତର

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ଥାନା ଲୁହୁରାପାଳି ଗ୍ରାମ ନିକଟରେ ଜାତୀୟ ରାଜପଥ ୨୬ରେ ଆଜି ଭୋରରୁ ଏକ ଟ୍ରକ ଏବଂ ଅଟୋ ମୁହାଁମୁହିଁ ଧକ୍କା ହୋଇଛି।  ଟ୍ରକ ଏବଂ ଅଟୋ ମୁହାଁମୁହିଁ ଧକ୍କା ହୋଇ ଅଟୋ ଆରୋହୀ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ସଇଁତଲା ଥାନା ଅନ୍ତର୍ଗତ ଶିଷକେଲା ଗ୍ରାମର ସୁବଳ ସାହୁ ଏବଂ କୈବଲ ମାଝୀ ବୋଲି ଜଣାଯାଇଛି ।

ଅଟୋରେ ଥିବା ସୁବଳଙ୍କ ପୁଅ ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି ।  ଉକ୍ତ ଅଟୋରେ ତିନି ଜଣ ପାଖ ବଜାରକୁ ଯାଉଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଉଭୟ ଟ୍ରକ ଏବଂ ଅଟୋ ଓଲଟି ପଡ଼ିଛି । ଖବର ପ୍ରସାରିତ ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକେ ତଥା ସ୍ଥାନୀୟ ଗ୍ରାମବାସୀ ମୃତକଙ୍କ ପରିଜନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସଇଁତଲା  ପୁଲିସ  ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି ଘଟିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories