www.samajalive.in
Saturday, December 13, 2025
14.1 C
Bhubaneswar

ଭବାନିପୁରରେ ମତଦାନ ଆରମ୍ଭ ; ଟିଏମସି କର୍ମୀଙ୍କ ଦ୍ୱାରା ଭୋଟିଂ ମେସିନ ବନ୍ଦ ଉଦ୍ୟମ ଅଭିଯୋଗ

କୋଲକାତା/ପାଟନା: ପଶ୍ଚିମବଙ୍ଗର ଭବାନିପୁର ବିଧାନସଭା ଉପନିର୍ବାଚନ ନିମନ୍ତେ ଗୁରୁବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହି ଆସନରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ତାଙ୍କ ବିପକ୍ଷରେ ଭାଜପା ପକ୍ଷରୁ ପ୍ରିୟଙ୍କା ଟିବ୍ରେୱାଲ ପ୍ରାର୍ଥୀ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ପ୍ରାଥମିକ ଖବରରୁ ଜଣାଯାଇଛି । ଏଥିସହିତ ପଶ୍ଚିମବଙ୍ଗର ଅନ୍ୟ ଦୁଇ ଆସନ ସମସେରଗଞ୍ଜ ଏବଂ ଜାଙ୍ଗିପୁରରେ ମଧ୍ୟ ମତଦାନ ଅନୁଷ୍ଠିତ ହେଉଛି । ଇତିମଧ୍ୟରେ ଭବାନିପୁରରୁ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ତୃଣମୂଳ କଂଗ୍ରେସର ବିଧାୟକ ମଦନ ମିତ୍ର ୭୨ ନମ୍ବର ୱାର୍ଡରେ ଥିବା ମତଦାନ କେନ୍ଦ୍ରକୁ ଯାଇ ବୁଥ୍‌ ଜବରଦଖଲ କରିବା ଉଦ୍ୟମ କରିଥିଲେ । ଏହି ସମସ୍ତ ଆସନରେ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଭବାନିପୁରକୁ ମମତା ବାନାର୍ଜୀଙ୍କର ନିଜସ୍ୱ ନିର୍ବାଚନମଣ୍ଡଳି ଭାବରେ ବିବେଚନା କରାଯାଇଥାଏ । ସେ ଏଠାରୁ ୨୦୧୧ ଏବଂ ୨୦୧୬ରେ ନିର୍ବାଚିତ ହୋଇଥିଲେ । ଚଳିତ ଥର ମଧ୍ୟ ଏହି ଆସନରୁ ବିଜୟୀ ହୋଇ ମମତା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ଆଶା ବାନ୍ଧିଛନ୍ତି । ଅନ୍ୟଏକ ଘଟଣାରେ ପଶ୍ଚିମବଙ୍ଗର ସମସେରଗଞ୍ଜ ଅଞ୍ଚଳରେ ଗୁରୁବାର ପ୍ରତୁ୍ୟଷରେ ଏକ ମତଦାନ କେନ୍ଦ୍ର ନିକଟରେ ବୋମାମାଡ ହୋଇଥିବା କଂଗ୍ରେସର ଜଇଦୁର ରହମନ ଅଭିଯୋଗ କରିଛନ୍ତି । ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ବିହାରରେ ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ଖବର ହସ୍ତଗତ ହୋଇଛି । ସୀତାମଢିରେ ଥିବା ଏକ ମତଦାନ କେନ୍ଦ୍ର ଉପରେ ୧୦୦ରୁ ଅଧିକ ଦୁର୍ବୃତ୍ତ ଚଡଉ କରି ଇଲେକଟ୍ରୋନିକ ଭୋଟିଂ ମେସିନକୁ ନଷ୍ଟ କରିଦେଇଥିବା ଜଣାଯାଇଛି । ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିବାବେଳେ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଖୋଜାଚାଲିଛି । ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ହିଂସାତ୍ମକ ଘଟଣା ଖବର ମିଳିଛି । ପୂର୍ବ ଚମ୍ପାରନ ଜିଲାରେ ଜଣେ ପ୍ରାର୍ଥୀଙ୍କର ସମର୍ଥକମାନେ ରାଜ୍ୟ ପୁଲିସର ଜଣେ ସହକାରୀ ପୁଲିସ ନିରୀକ୍ଷକଙ୍କ ଉପରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories