www.samajalive.in
Saturday, December 13, 2025
21.1 C
Bhubaneswar

+୨ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ସପ୍ତାହରେ ବିଜ୍ଞପ୍ତି

ଭୁବନେଶ୍ବର: ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ ଅକ୍ଟୋବର ପ୍ରଥମ ସପ୍ତାହରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ।

କଳା,ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ସରିବା ପରେ ଅକ୍ଟୋବର ପହିଲା ରାତି ୯ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ତଥ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଦାଖଲ କରିବେ। ଖାଲିଥିବା ଆସନ ପାଇଁ ସ୍ପଟ୍‌ (ତତ୍‌କ୍ଷଣାତ) ନାମ ଲେଖା ଆରମ୍ଭ ହେବ।

- Advertisement -

ଅକ୍ଟୋବର ୪ରେ ବଳକା ଥିବା ଆସନ ପାଇଁ ସ୍ପଟ୍‌ (ତତ୍‌କ୍ଷଣାତ) ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ। ୫ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ୭ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ସ୍ପଟ୍‌ ନାମ ଲେଖା ଅନୁଷ୍ଠିତ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ନଥିବା ବିଦ୍ୟାର୍ଥୀଙ୍କୁ ସ୍ପଟ୍‌ ନାମଲେଖା ପାଇଁ ସୁଯୋଗ ମିଳିବ ନାହିଁ। ଆରମ୍ଭରୁ ଯେଉଁ ଛାତ୍ରଛାତ୍ରୀ ଆବେଦନ କରି ନଥିବେ ସେମାନଙ୍କ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରେ ତୃତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ। ତେବେ ଖାଲିଥିବା ସିଟ୍‌(ଆସନ) ପାଇଁ ହିଁ ତୃତୀୟ ପର୍ଯ୍ୟାୟ ନାମଲେଖା ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories