www.samajalive.in
Saturday, December 13, 2025
26.1 C
Bhubaneswar

ଲିମେଇଶୁଣି ଓ ପଶ୍ଚିମେଶ୍ୱରୀଙ୍କ ପୀଠରେ ୧୬ଦିନିଆ ଶାରଦୀୟ ପୂଜା ଆରମ୍ଭ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁମ୍ବା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ଲିମେଇଶୁଣି ଏବଂ ଜୟନ୍ତୀପୁର ଗ୍ରାମରେ ଥିବା ପଶ୍ଚିମେଶ୍ୱରୀ ପୀଠରେ ଷୋହଳ ଦିନିଆ ଶାରଦୀୟ ପୂଜା ଆରମ୍ଭ ହୋଇଛି। କୋଭିଡ କଟକଣା ଯୋଗୁଁ ନିରାଡମ୍ବର ସହକାରେ ମାଙ୍କ ପୂଜା ଆରମ୍ଭ ହୋଇଛି। ତୁମ୍ବା ଗ୍ରାମରେ ଏଥିପାଇଁ ମନ୍ଦିରରେ କୋଭିଡ ନିୟମକୁ ମାନି ପୂଜା ଅର୍ଚ୍ଚନା କରିବା ସହ ସନ୍ଧ୍ୟାରେ ଗ୍ରାମଠାରୁ ପ୍ରାୟ ତିନି କିଲୋମିଟର ଦୂର ପାହାଡ଼ ବଡଘରଠାରେ ଭକ୍ତମାନେ ପହଞ୍ଚି ପୂଜା ପାଠ କରିଥିଲେ। ଆନ୍ଧ୍ର କନକା ଜ।ନିଙ୍କ ଉପସ୍ଥିତିରେ ମଧ୍ୟ ରାତ୍ରରେ ଅଜ୍ଞାମାଳ ମିଳିବା ପରେ ମାଙ୍କୁ ଗ୍ରାମକୁ ପାଛୋଟି ଅଣାଯାଇ ଗ୍ରାମ ପରିକ୍ରମା କରାଯାଇ ପୀଠକୁ ନିଆଯାଇ ଥିଲା। ଏଥିପାଇଁ ଗ୍ରାମରେ ପ୍ରତ୍ୟେକ ଦୁଆରେ ଲିପା ପୋଛା କରାଯିବା ସହ କୁମ୍ଭ ଦୀପ ଜାଳିଥିଲେ । ମୁଖ୍ୟ ଜାନୀ ଓ କିଛି ଶ୍ରଦ୍ଧାଳୁ କୋଭିଡ କଟକଣା ମାନି ମାଙ୍କୁ ପରିକ୍ରମା ପରେ ଅସ୍ଥାୟୀ ପୀଠକୁ ଆଣିଥିଲେ। ଦୈନିକ ରୀତିନୀତି ଅନୁସାରେ ମା ଲିମେଇଶୁଣିଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି। ପ୍ରତିବର୍ଷ ହେଉଥିବା ଏହି ଶାରଦୀୟ ପୂଜାରେ ଗଞ୍ଜାମ ଜିଲ୍ଲା ସମେତ ଆନ୍ଧ୍ର ଶ୍ରୀକାକୁଲମ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରି ମାନସିକ ପୂଜା କରିବା ସହ ଆଶୀର୍ବାଦ ଲାଭ କରୁଥିଲେ। ସେହିପରି ଜୟନ୍ତୀପୁର ଗ୍ରାମ ନିକଟରେ ଥିବା ପଶ୍ଚିମେଶ୍ୱରୀ ପୀଠରେ ମଧ୍ୟ ଷୋହଳ ଦିନିଆ ପୂଜା ଆରମ୍ଭ ହୋଇଛି। ଗତ ରାତ୍ର ମାଙ୍କୁ ପୀଠରେ ପୂଜା ଅର୍ଚ୍ଚନା କରିବା ପରେ ଆଜ୍ଞାମାଳ ମିଳିଥିଲା। ଏହାପରେ ବାଦ୍ୟ ବାଜଣା ସହକାରେ ଗ୍ରାମକୁ ମାଙ୍କୁ ଆଣି ଅସ୍ଥାୟୀ ପୀଠରେ ରଖାଯିବା ସହ ପୂଜାର୍ଚ୍ଚନା ଚାଲିଛି। ପଡୋଶୀ ଆନ୍ଧ୍ରର ବହୁ ଭକ୍ତ ମାଙ୍କ ଦର୍ଶନ ପାଇଁ ଏହି ଗ୍ରାମକୁ ଆସିଥାଆନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories