www.samajalive.in
Saturday, December 13, 2025
14.1 C
Bhubaneswar

କ୍ୟାମେରା ଆଗରେ ପାକିସ୍ତାନର ମୁଖା ଖୋଲିଲା ଗିରଫ ଆତଙ୍କି

ନୂଆଦିଲ୍ଲୀ/ଶ୍ରୀନଗର: ଜମ୍ମୁ କାଶ୍ମୀରର ଉରିରେ ଭାରତୀୟ ସୈନ୍ୟଙ୍କ ହାତରେ ଧରାପଡିଥିବା ପାକିସ୍ତାନ ଆତଙ୍କି ଅଲି ବାବର ପାତ୍ରା କ୍ୟାମେରା ସମ୍ମୁଖରେ ପାକିସ୍ତାନର ମୁଖା ଖୋଲିଦେଇଛି । ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରି ଅଲି ବାବର କହିଛି, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ପାକିସ୍ତାନ ସୈନ୍ୟବାହିନୀ ତାକୁ ତାଲିମ ଦେଇଛନ୍ତି । ଏପରିକି ଆତଙ୍କି ଗୋଷ୍ଠୀ ଅଲ୍‌ କାଏଦର ମଧ୍ୟ ତାକୁ ତାଲିମ ଦେଇଛି । ପାକିସ୍ତାନରେ ସେ ତାଲିମ ପାଇଥିବା ଅଲି ବାବର ସାମ୍ବାଦିକଙ୍କୁ କହିଛି ।
ଅଲି ବାବରର ସ୍ୱୀକାରୋକ୍ତି ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ଚଳାଇଥିବା ପାକିସ୍ତାନର ମୁଖାକୁ ପୁଣି ଥରେ ପଦାରେ ପକାଇଛି । ବାବର କହିଥିଲା, ଆତଙ୍କି ଗୋଷ୍ଠୀରେ ସାମିଲ ହେବାପାଇଁ ତାକୁ ପ୍ରାୟ ୫୦ ହଜାର ଟଙ୍କା ଦିଆଯାଇଥିଲା । ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଓକାରା ଜିଲାର ଦିପାଲପୁର ବାସିନ୍ଦା ଅଲି ବାବର କହିଥିଲା ଯେ ତା ବାପାଙ୍କ ମୃତୁ୍ୟପରେ ପରିବାରର ଦାରିଦ୍ର୍ୟ କାରଣରୁ ଆତଙ୍କି ଗୋଷ୍ଠୀରେ ସାମିଲ ହେବା ବ୍ୟତୀତ ତାହା ପାଖରେ ଆଉ କିଛି ବାଟ ନଥିଲା । ତାହା ପୂର୍ବରୁ ସେ ଏକ କପଡା ତିଆରି କାରଖାନାରେ କାମ କରୁଥିଲା । ଘରେ ତା’ ବିଧବା ମା’ ଏବଂ ଜଣେ ପୋଷ୍ୟ ଭଉଣୀ ଅଛନ୍ତି । ସେ କହିଛି, ଯେ ଜଣେ ଆତଙ୍କି ମଧ୍ୟସ୍ଥିଙ୍କୁ ଭେଟିବା ପରେ ତାକୁ ୨୦୧୯ରେ ଲସ୍କର ଇ ତଏବା ଶିବିରକୁ ନିଆଯାଇଥିଲା । ତାକୁ ତାଲିମ ଦିଆଯିବା ପରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତରେ ପ୍ରବେଶ କରିବାକୁ କୁହାଯାଇଥିଲା । ତେବେ ନିୟନ୍ତ୍ରଣ ରେଖାରେ ତାହା ସହିତ ଥିବା ଅନ୍ୟ ପାଞ୍ଚଜଣ ଲସ୍କର ଆତଙ୍କବାଦୀଙ୍କ ମଧ୍ୟରୁ ଅନସ୍‌ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇବା ପରେ ବାବର ମନରେ ପରିବର୍ତ୍ତନ ଘଟିଥିଲା ଏବଂ ସେ ମଧ୍ୟ ଧରିନେଇଥିଲା ଯେ ଭାରତୀୟ ସେନା ହାତରେ ସେ ବି ମରିଯିବ । ସେଥିପାଇଁ ସେ ଅସ୍ତ୍ରଛାଡିବାକୁ ନିଷ୍ପତ୍ତି ନେଇଥିଲା ।
ନିୟନ୍ତ୍ରଣ ରେଖାରୁ ସେ ନିଜ ମା’ଙ୍କୁ ଖବର ପଠାଇ କହିଥିଲା ଯେ ସେ ଭାରତୀୟ ସୀମାକୁ ଅନୁପ୍ରବେଶ କରି ଭୁଲ କରିଛି ଏବଂ ଏବେ ପାକିସ୍ତାନ ଫେରିଯିବାକୁ ଚାହୁଁଛି । ସୀମାନ୍ତରେ ଗୁଳିଗୋଳା ବିନିମୟ ତାକୁ ବିଚଳିତ କରିଦେଇଥିଲା । ତା ସହିତ ଆସିଥିବା ଅନ୍ୟ ଚାରି ଅନୁପ୍ରବେଶକାରୀ ପାକିସ୍ତାନ ସୀମାକୁ ଖସି ପଳାଇବାରେ ସମର୍ଥ ହୋଇଥିଲେ । କିନ୍ତୁ ଅନସ୍‌ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇସାରିଥିଲା । ସେନା ପକ୍ଷରୁ ତଲାସି ଅଭିଯାନ ଆରମ୍ଭ ହୋଇଯାଇଥିଲା ଏବଂ ବାବର ଆଉ ନିଜ ଦେଶ ସୀମାକୁ ଯାଇପାରିନଥିଲା । ଏହାପରେ ସେ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିବାକୁ ଚାହିଁଥିଲା । ବାବର ତା ମା’ଙ୍କର ଟେଲିଫୋନ ନମ୍ବର ମଧ୍ୟ ଭାରତୀୟ ସେନାକୁ ଦେଇଛି ଏବଂ ତାହାର ପାକିସ୍ତାନରେ ତାଲିମ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିସାରିଛି । ସୂଚନାଯୋଗ ଯେ ଉରିରେ ସେନାର କାର୍ଯ୍ୟାନୁଷ୍ଠାନ ପ୍ରାୟ ୧୦ ଦିନ ଧରି ଚାଲିଥିଲା ଏବଂ ସେଥିରେ ଆତିକ ଉର୍‌ ରହମାନ ଓରଫ କାରି ଅନସ୍‌ ର ମୃତୁ୍ୟ ଘଟିଥିଲା । ସେହି ଘଟଣାରେ ବାବର ଆତ୍ମସମର୍ପଣ କରିଥିଲା ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories